Odia news portal

ଷ୍ଟ୍ରୋକ୍ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଷ୍ଟ୍ରାଏକର୍‌ର ନୂଆ କ୍ୟାମ୍ପେନ୍‌

ଭୁବନେଶ୍ୱର : ମେଡିକାଲ ଟେକ୍ନୋଲୋଜି କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର ଷ୍ଟ୍ରାଏକର୍ ପକ୍ଷରୁ ଭାରତରେ ଅକ୍ଷମତାର ଏକ ପ୍ରମୁଖ କାରଣ ଭାବେ ଷ୍ଟ୍ରୋକ୍‌କୁ ହାଇଲାଇଟ୍ କରିବା ଏବଂ ଏହାର ପ୍ରତିରୋଧ ଓ ଉନ୍ନତ ଚିକିା ବିକଳ୍ପଗୁଡିକୁ ପ୍ରେ।।ହିତ କରିବା ପାଇଁ ଭୁବନେଶ୍ୱରରେ ଏକ ସଚେତନତା ଅଭିଯାନର ଲଂଚ୍ କରାଯାଇଛି ।

ଏହି ଅଭିଯାନ ମାଧ୍ୟମରେ ଷ୍ଟ୍ରାଏକର୍ ବ୍ୟକ୍ତିବିଶେଷ, ସ୍ୱାସ୍ଥ୍ୟସେବା ପ୍ରଦାତା ଓ ନୀତିନିର୍ମାତାମାନଙ୍କୁ ଷ୍ଟ୍ରୋକ୍ ବିରୋଧୀ ଲଢେଇରେ ଏକାଠି କରିବା ପାଇଁ ଲକ୍ଷ୍ୟ ରଖିଛି । ୯୬ ଲକ୍ଷ ଲୋକଙ୍କୁ ଅକ୍ଷମ କରିଥିବା ଏବଂ ଭାରତୀୟ ଅର୍ଥନୀତି ପ୍ରତି ବାର୍ଷିକ ହାରାହାରି ୨.୩ ଲକ୍ଷ କୋଟି ଟଙ୍କାର କ୍ଷତି ପହଂଚାଉଥିବା ଷ୍ଟ୍ରୋକ୍ ସମ୍ପର୍କିତ ସାର୍ବଜନିନ ସ୍ୱାସ୍ଥ୍ୟ ଜରୁରୀକାଳିନ ସ୍ଥିତି ଉପରେ ବିଭିନ୍ନ ହିତାଧିକାରୀଙ୍କ ସହ ମିଶି କାର୍ଯ୍ୟ କରୁଛି । ଗ୍ଲୋବାଲ ବର୍ଡ ଡିଜିଜ୍‌(୨୦୧୯)ର ରିପୋର୍ଟ ଅନୁଯାୟୀ, ବ୍ରେନ୍ ଷ୍ଟ୍ରୋକ୍ କାରଣରୁ ହେଉଥିବା ଡିଜାବିଲିଟି-ଆଡ୍‌ଜଷ୍ଟେଡ୍ ଲାଇଫ୍ ଇୟର୍ସ (ଡିଏଏଲ୍‌ୱାଇ) ପାଇଁ ଓଡିଶା ଭାରତର ଶୀର୍ଷ ୧୦ଟି ରାଜ୍ୟ ମଧ୍ୟରେ ରହିଛି ।

ସେହିପରି ଇସେମିକ୍ ଷ୍ଟ୍ରୋକ୍ କାରଣରୁ ହେଉଥିବା ହାରାହାରି ମୃତ୍ୟୁ ହାର କ୍ଷେତ୍ରରେ ଓଡିଶା ସମସ୍ତ ରାଜ୍ୟଗୁଡିକ ମଧ୍ୟରେ ୫ମ ସ୍ଥାନରେ ରହିଛି । ଏହି କ୍ଷତିକୁ ଉପଲବ୍ଧ ଚିକିାର ସଠିକ୍ ଓ ସମୟ ମଧ୍ୟରେ ଉପଯୋଗ କରି ଏବଂ ଏହି ସମସ୍ୟା ସମ୍ପର୍କରେ ଉତମ ସଚେତନତା ମାଧ୍ୟମରେ ବହୁମାତ୍ରାରେ ହ୍ରାସ କରିହେବ ।

ଏହି କ୍ୟାମ୍ପେନ୍‌ର ଲଂଚ୍ ସମ୍ପର୍କରେ ଏକ ପ୍ୟାନେଲ ଆଲୋଚନା ଆୟୋଜିତ ହୋଇଥିଲା ଯେଉଁଥିରେ ସମ୍ ଅଲ୍ଟିମେଟ୍ ମେଡିକେୟାରର ନ୍ୟୁରୋସର୍ଜରୀ ବିଭାଗର ଏଚ୍‌ଓଡି ତଥା ନ୍ୟୁରୋସର୍ଜରୀ ଓ ନ୍ୟୁରୋଇଂଟରଭେନ୍‌ଶନ ବିଭାଗର ବରିଷ୍ଠ ପରାମର୍ଶଦାତା ଡକ୍ଟର ସୋମନାଥ ଜେନା, ମେଡିକାଲ ଏଜୁକେଶନ ଆ ଟ୍ରେନିଙ୍ଗ୍ ଓଡିଶାର ର୍ନିେଶକ ଡକ୍ଟର ଏସ୍ ମହାନ୍ତୀ ପ୍ରମୁଖ ସାମିଲ ଥିଲେ । ଆଲୋଚନା ସମୟରେ ଡଃ ସୋମନାଥ ସେବା ଷ୍ଟ୍ରୋକ୍‌ରେ ପୀଡିତ ରୋଗୀମାନେ ସମ୍ମୁଖୀନ ହେଉଥିବା ଶାରିରୀକ ଓ ଯୋଗାଯୋଗ ଅକ୍ଷମତା, ଜ୍ଞାନଗତ ପରିବର୍ତନ, କାର୍ଯ୍ୟ ଓ ଆୟରେ କ୍ଷତି ଭଳି ବିଭିନ୍ନ ଆହ୍ୱାନଗୁଡିକୁ ସମ୍ବୋଧିତ କରିଥିଲେ । ସେ ଭାରତରେ, ବିଶେଷ କରି ଉତରପୂର୍ବାଂଚଳରେ ବଢୁଥିବା ଷ୍ଟ୍ରୋକ୍ ମହାମାରୀ ଉପରେ ଗୁରୁତ୍ୱ ଦେଇଥିଲେ ।

ସେହିପରି ଡକ୍ଟର ଜେନା ଇଂଟ୍ରାଭେନସ୍ ଟିସ୍ୟୁ ପ୍ଲାସ୍‌ମିନୋଜେନ୍ ଆକ୍ଟିଭେଟର (ଆଇଭି-ଟିପିଏ) ଓ ମେକାନିକାଲ ଥ୍ରୋମ୍ବେକ୍‌ଟୋମି ଭଳି ଉପଳବ୍ଧ ଚିକିାଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଷ୍ଟ୍ରୋକ୍ ପ୍ରତିରୋଧ ଓ ପରିଚାଳନା ପାଇଁ ଜାରି କରାଯାଇଥିବା ର୍ନିେଶାବଳୀ ମେକାନିକାଲ ଥ୍ରୋମ୍ବେକ୍‌ଟୋମି ମାଧ୍ୟମରେ ଇସେମିକ୍ ଷ୍ଟ୍ରୋକ୍‌ରେ କ୍ଲଟ୍‌କୁ ବାହାର କରିବା କ୍ଷେତ୍ରରେ ବୈଷୟିକ ଅଗ୍ରଗତିକୁ ହାଇଲାଇଟ୍ କରିଛି ।

You might also like
Leave A Reply

Your email address will not be published.