Odia news portal

ଉତ୍ତର ନିର୍ବାଚନ ମଣ୍ଡଳୀରେ ୱାର୍ଡ଼ ନଂ – ୮ ଏଵଂ ୨୨ ରେ ଵିଶାଳ ଜନ ସଂପର୍କ ପଦଯାତ୍ରା

ଭୁବନେଶ୍ବର,(ଚକ୍ରଧର ମାଝି) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର ଭୁବନେଶ୍ବର ମହାନଗର ନିଗମ ୱାର୍ଡ ନଂ ୮ ଚନ୍ଦ୍ରଶେଖରପୁର ଓ ୱାର୍ଡ ନଂ ୨୨ ଭରତପୁର ଠାରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ବରେ ହଜାର ହଜାର ବିଜୁପ୍ରେମୀଙ୍କୁ ନେଇ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି ।

ଏହି ପଦଯାତ୍ରା ଆଗାମୀ ଦିନରେ ପ୍ରତ୍ୟକ ୱାର୍ଡ ଏବଂ ପାଞ୍ଚ ପଞ୍ଚାୟତରେ ହେବା ସହିତ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଏବଂ ଲୋକାଭିମୁଖୀ ଯୋଜନାଗୁଡିକ କିଭଳି ପ୍ରତ୍ୟକ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବ ସେ ବିଷୟରେ ମାନ୍ୟବର ବିଧାୟକ ମତ ରଖୁଥିଲେ ।

ଆଜିର ଏହି ଜନସମ୍ପର୍କ ପଦଯାତ୍ରାରେ ମାନ୍ୟବର ରାଜ୍ୟସଭା ସାଂସଦ ମୁଗ୍ଧା ଖାଁ, ମେୟର ଶ୍ରୀମତୀ ସୁଲୋଚନା ଦାସ, ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ମତ୍ସ୍ୟ ନିଗମ ଅଧକ୍ଷ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପାତ୍ର, ଡେପୁଟି ମେୟର ମଞ୍ଜୁଲତା କହ୍ନର, ସ୍ଥାନୀୟ କର୍ପୋରେଟର ଲାଲମୋହନ ଟୁଡୁ, କର୍ପୋରେଟର ମୋନାଲିସା ସାହୁ,

ଭାରତୀ ସିଂ, ଇତିଶ୍ରୀ ଦାସ, ଅଚ୍ୟୁତାନନ୍ଦ ସ୍ୱାଇଁ, ଯୁବନେତା ମନୋଜ ସାହୁ, ସବ୍ୟସାଚୀ ସାହୁ, ହରେକୃଷ୍ଣ ନାୟକ, ଆଲୋକ ପାଣିଗ୍ରାହୀ, ଚଗଲା ଜେନା, ସୁଶାନ୍ତ ସାହୁ, ଲକ୍ଷ୍ମୀଧର ସାହୁ, ପଦ୍ମଲୋଚନ ପ୍ରଧାନ, ମହିଳା ନେତ୍ରୀ ସୂର୍ଯ୍ୟକାନ୍ତ ଜେନା, ଇପ୍ସିତା ସାହୁ, ବରିଷ୍ଠ ନାଗରିକ ପ୍ରଫୁଲ୍ଲ ଦାସ କୃଷ୍ଣଚନ୍ଦ୍ର ସୁଆର, ଛାତ୍ର ନେତା ସୁବାସ ସାହୁ,

ବୀରେନ୍ଦ୍ର ଜେନାଙ୍କ ସମେତ ଉତ୍ତର ଭୁବନେଶ୍ବରର ସମସ୍ତ କର୍ପୋରେଟର ଭାଇ ଓ ଭଉଣୀ ମାନେ ଓ ସ୍ଵୟଂସହାୟକ “ଗୋଷ୍ଠୀର ମହିଳା, ବରିଷ୍ଠ ନାଗରିକ, ଯୁବ ଛାତ୍ର ମାନେ ଯୋଗ ଦେଇ ଆଜିର କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ

You might also like
Leave A Reply

Your email address will not be published.