Odia news portal

ନୀଳାଦ୍ରି ବିହାର ବ୍ରିଜ୍‌ର ଶୁଭ ଉଦ୍‌ଘାଟନ


ଭୁବନେଶ୍ୱର,(ଚକ୍ରଧର ମାଝି) : ନୀଳାଦ୍ରି ବିହାର ପେଟ୍ରୋଲ ପମ୍ପ ରାସ୍ତା ମଧ୍ୟରେ ଥିବା ବ୍ରିଜ୍‌ର ଶୁଭ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ମନୋଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ ।

ସମ୍ମାନୀତ ଅତିଥି ଭାବେ କର୍ପୋରେଟର ଲାଲ୍‌ମୋହନ ଟୁଡୁ, ମୋନାଲିସା ସାହୁ, ଷ୍ଟାଣ୍ଡି° କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର ପ୍ରମୁଖ ଯୋଗ ଦେଇଥିଲେ । ପ୍ରକାଶ ଥାଉକି ନୀଳାଦ୍ରି ବିହାରରୁ ନନ୍ଦନକାନନ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏହି ବ୍ରିଜ୍‌ଟି ନୀଳାଦ୍ରି ବିହାର ବାସିନ୍ଦାଙ୍କ ପାଇଁ ଲାଇଫ୍ ଲାଇନ୍ ଅଟେ । ଏହା ନୀଳାଦ୍ରି ବିହାର ଓ ଶୈଳଶ୍ରୀ ବିହାରର କିଛି ଅଂଶର ବାସିନ୍ଦାଙ୍କ ପାଇଁ ଗମନାଗମନର ଏକମାତ୍ର ମାଧ୍ୟମ । ବ୍ରିଜ୍ କାମ ଚାଲୁଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ଆଜି ଏହାର ଶୁଭ ଉଦ୍‌ଘାଟନ ହେବା ପରେ ଲୋକମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ବ୍ରିଜ୍‌ର କାମ ସାରି ଥିବାରୁ ପୂର୍ତ୍ତବିଭାଗ ଯନ୍ତ୍ରୀ ରାଜକିଶୋର ଜେନାଙ୍କୁ ବିଧାୟକ ଓ ମେୟର ସମ୍ମାନୀତ କରିଥିଲେ । ସମରେନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ସମସ୍ତ ସଂଗଠନର କର୍ମକର୍ତ୍ତା ଓ ବାସିନ୍ଦା, ବରିଷ୍ଠ ନାଗରିକ, ବସ୍ତିବାସିନ୍ଦା ଓ ମହିଳାମାନେ ଉପସ୍ଥିତ ଥିଲେ । ୮ ନମ୍ବର ୱାର୍ଡ ସଭାପତି ଲକ୍ଷ୍ମୀଧର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

You might also like
Leave A Reply

Your email address will not be published.