Odia news portal

ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟ ରାଷ୍ଟ୍ରୀୟ ହିନ୍ଦୀ ସେବା ସମ୍ମାନ ୨୦୨୩ରେ ସମ୍ଵର୍ଦ୍ଧିତ

ଭୁବନେଶ୍ବର : ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରୀୟ ହିନ୍ଦୀ ସେବା ସମ୍ମାନ ୨୦୨୩ରେ ସମ୍ଵର୍ଦ୍ଧିତ କରାଯାଇ ଅଛି । ପୁର୍ବରୁ ମଧ୍ଯ ତାଙ୍କୁ ରାଷ୍ଟ୍ରୀୟ ସାହିତ୍ୟ ଶିରୋମଣି ସେବା ସମ୍ମାନ, ସାହିତ୍ୟ କି ଅମୂଲ୍ୟ ରତ୍ନ ଓ ସଙ୍ଗମ ସାହିତ୍ୟ ସେବା ସମ୍ମାନ ୨୦୨୩ ପରି ଆୱାର୍ଡ ମିଳିସାରିଛି, ପଣ୍ଡିତ ଦାଶରଥି ସାମନ୍ତରାୟ ଓଡିଶା ତଥା ଦେଶର ବିଭିନ୍ନ ସ୍ଥାନରେ ସ୍କନ୍ଦ ପୁରାଣ ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଷୟରେ ପ୍ରବଚନ ଦେଇ ଅଛନ୍ତି ।

ମହାପ୍ରଭୁଙ୍କ କୃପାରୁ ତାଙ୍କ ଦ୍ଵାରା ସ୍କନ୍ଦ ପୁରାଣର ସଂସ୍କୃତରୁ ଗଦ୍ୟ ଭାବେ ପ୍ରକାଶିତ ହୋଇ ଅଛି । ଅତି ସରଳ ଭାଷାରେ ଲିଖିତ ଏହି ବହି ଟି ଓଡିଶା ରେ ଆଦୃତ ହୋଇଛି । ପ୍ରଶ୍ନୋତ୍ତରରେ ଶ୍ରୀଜଗନ୍ନାଥ ବହି ମଧ୍ଯ ତାଙ୍କର ଅବଦାନ, ତାଙ୍କ ଦ୍ଵାରା କରାଯାଇ ଥିବା ସ୍କନ୍ଦ ପୁରାଣର ୧୬ ଭାଗ, ଶ୍ରୀଜଗନ୍ନାଥ ପଞ୍ଚରାତ୍ରର ୫ ଟି ଭାଗ, ବୈଷ୍ଣବ ଭାବନାରେ ଶ୍ରୀଜଗନ୍ନାଥ ୨ ଭାଗ, କାର୍ତିକେ ରାଧା ଦାମୋଦର, ହାରି ନାମେ କି ରସ ଅଛି, ଶ୍ରୀକୃଷ୍ଣ ଭାଗବତ, ଆମେ ଓଡ଼ିଆ ଆମ ମହାପ୍ରଭୁ ଭାରି ବଢିଆ, ଚାଲ ଆମେ ବୁଲି ଯିବା ପୁରୀକୁ ଓ ଅନ୍ୟାନ୍ୟ ବହୁ ଭିଡିଓ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ଭୁବନେଶ୍ବର ପକ୍ଷରୁ ପ୍ରବଚନ ଭାବେ କରାଯାଇ ୟୁ ଟ୍ୟୁବରେ ଛଡାଯାଇଛି ।

ଏହି ପ୍ରବଚନ ଭିଡିଓ ଗୁଡିକୁ ସମସ୍ତେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ୟୁ ଟ୍ୟୁବରୁ ଡାଉନ ଲୋଡ କରି ନିଜେ ଦେଖିବା ସହିତ ଅନ୍ୟ ମାନଙ୍କୁ ପଠାଇ ଶ୍ରୀଜଗନ୍ନାଥଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରୟାସ କରିବାକୁ ସମସ୍ତଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଆହ୍ଵାନ ଦିଆଯାଇଛି, ପ୍ରବଚନ ଭିଡିଓ ଗୁଡିକ ତଥ୍ଯ ଭିତିକ କରାଯାଇଥିବା ଯୋଗୁଁ ଆଗାମୀ ଦିନରେ ସମସ୍ତଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ ହେବ,ତାଙ୍କ ର ପ୍ରବଚନ ଭିଡିଓ ଗୁଡିକ ଅତି ସରଳ ଓଡ଼ିଆ ଭାଷାରେ କରାଯାଇଛି, ଏହା ଆଗାମୀ ଦିନରେ ଓଡ଼ିଶା ର ଜନସାଧାରଣ ଙ୍କ ନିମନ୍ତେ ଏକ ଅମୂଲ୍ୟ ରତ୍ନ ଭାବେ ପରିଚିତ ହେବ ।

You might also like
Leave A Reply

Your email address will not be published.