Odia news portal

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ପ୍ରତିଯୋଗିତା କାର୍ଯ୍ୟକ୍ରମ ଶେଷ

ପୁରୁଷୋତ୍ତମପୁର : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ହେବାକୁ ଥିବା ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଗତ ୧୬ ରୁ ୨୧ ପ୍ରଯ୍ୟନ୍ତ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କୁ ପ୍ରତିଯୋଗିତା ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରାଯାଇଥିଲା ।

ଏଥିରେ ବହୁ ଛାତ୍ର ଛାତ୍ରୀ ମାନେ ବକ୍ତା ପ୍ରତିଯୋଗୀ, ଦେଶାତ୍ମତକ ଗୀତ, ରଚନା, ହାସ୍ୟାସ୍ପଦ, ମ୍ୟାଜିମ ଚେର, ସେହିପରି ଜାତୀୟ ସହରାଞ୍ଚଳ ଜୀବିକା ମିଶନର ପୁରୁଷୋତ୍ତମପୁରର ୧୧ ଟି ସ୍ୱୟଂମ୍ ସହାୟିକା ଗୋଷ୍ଠୀ ଅଂଶ ଗ୍ରହଣ କରି ବିଭିନ୍ନ ପୋଜେକ୍ଟ ତିଆରି କରି ପରିବେଷଣ କରିଥିଲେ ।

ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୁତ୍ରିତ୍ୱହାସଲ କରିଥିବା ପତିଯୋଗୀଙ୍କୁ ଆସନ୍ତା ୩୧ ହେବାକୁ ଥିବା ସ୍ୱାୟତ୍ତ ଶାସନ ଦିବସରେ ସମସ୍ତଙ୍କୁ ପୁରସ୍କୃତ କରିଯିବା ପାଇଁ ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର ସୂଚନା ଦେଇଥିବା ଜଣାପଡିଚି ।

ଏହି ପ୍ରତିଯୋଗୀ କାର୍ଯ୍ୟକ୍ରମକୁ ଏନଏସି ଗୋଷ୍ଠୀ ସଂଗଠିକା ରଞ୍ଜିତା ପଣ୍ଡା ପରିଚାଳନା କରିଥିଲେ । ଏହି ପରି ପ୍ରତିଯୋଗିତା ବିଭିନ୍ନ ଅନୁଷ୍ଠାନର ପୂର୍ବତନ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ରଥ, ନରସିଂହ ପଣ୍ଡା, ହରିହର ପଣ୍ଡା, ଏ ରାଜ ଗୋପାଳ ରାଓ, ବିଜୟ କୁମାର ବେହେରା, କଲେଜର ଅଧ୍ୟାପକ ଡ଼କ୍ଟର ବିପ୍ଳବ ପ୍ରଧାନ, ପ୍ରଶାନ୍ତ କୁମାର ପଟ୍ଟନାୟକ, ମୋହନ ନାଇଡ଼ୁ, ରାମନାଥ ପାତ୍ର, ନାଗେଶ୍ୱର ସୁବୁଦ୍ଧି, ସଂଗୀତ୍ୱଜ୍ଞ ଗଣପତି ସାହୁ, ସେହିପରି ଏକ୍ସସିସ ବ୍ୟାଙ୍କ ପ୍ରବନ୍ଧକ ଅଶ୍ୱିନୀ କୁମାର ଦାସ, ଉନ୍ନୀୟୁନ ବ୍ୟାଙ୍କ ପ୍ରବନ୍ଧକ ପ୍ରଦୀପ କୁମାର ସାହୁ, ପ୍ରମ୍ମୁଖ ବିଚାରପତି ଭାବେ ଯୋଗ ଛାତ୍ର ଛାତ୍ରୀଙ୍କ ପ୍ରତିଭାକୁ ଚି଼ହ୍ନଟ କରି ଚୟନ କରିଥିଲେ ।

ପୁରୁଷୋତ୍ତମପୁର ଏନଏସି ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, କାଉସିଲର ଅଶୋକ କୁମାର ମହାଙ୍କୁଡ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତାଙ୍କୁ ଉତ୍ସାହିତ କରିଥିଲେ । ଏନଏସି କର୍ମଚାରୀ ଦୀପ୍ତିମୟୀ ପଣ୍ଡା,ଆଲୋକ, ସାଗର, ହିନା, ପୋଗ୍ରାମକୁ ସହଯୋଗ କରିଥିଲେ

You might also like
Leave A Reply

Your email address will not be published.