Odia news portal

୧ମ ତ୍ରୈମାସରେ ୪୦୦ କୋଟି ଟଙ୍କାର ରାଜସ୍ୱ ବୃଦ୍ଧି ପରିଲକ୍ଷିତ କରିଛି ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ

ଭୁବନେଶ୍ୱର : ଏକ ବ୍ୟାଙ୍କିଙ୍ଗ୍ ଲାଇସେନ୍ସ ସହ ବ୍ୟାପକ ସ୍ତରରେ ପରିଚାଳନା କରୁଥିବା ଭାରତର ଏକମାତ୍ର ଲାଭଦାୟକ ମଲ୍ଟି-ସେଗ୍‌ମେଂଟ୍ ଫିନ୍‌ଟେକ୍ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଆଉ ଏକ ଶକ୍ତିଶାଳୀ ତ୍ରୈମାସିକ ପ୍ରଦର୍ଶନ ପ୍ରଦାନ କରିଛି । ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାରେ ପ୍ରଥମ ଥର ପାଇଁ ବ୍ୟାଙ୍କର ତ୍ରୈମାସିକ ରାଜସ୍ୱ ବାର୍ଷିକ ଆଧାରରେ ୪୧% ବୃଦ୍ଧି ହୋଇ ୨୦୨୩-୨୪ର ୧ମ ତ୍ରୈମାସରେ ୪୦୦ କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ବ୍ୟାଙ୍କର ଲାଭ ବାର୍ଷିକ ଆଧାରରେ ୧୪୩%କୁ ବୃଦ୍ଧି ପାଇଛି ।
ନୂଆ ଗ୍ରାହକ ଯୋଗ ହେବା ଦ୍ୱାରା ପରିଚାଳିତ ହୋଇ ଗ୍ରାହକଙ୍କ ଜମା ପରିମାଣ ମଧ୍ୟ ୧୯୨୨ କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ବ୍ୟାଙ୍କର ବର୍ତମାନ ୫୫.୪ ମିଲିୟନ ମାସିକ ଟ୍ରାଞ୍ଜାକ୍ଟିଙ୍ଗ ୟୁଜର୍‌, ୨୩୮୧ ବିଲିୟନ ଟଙ୍କାର ଏକ ବାର୍ଷିକ ଗ୍ରସ୍ ମର୍ଚ୍ଚାଣ୍ଡାଇଜ୍ ଭାଲ୍ୟୁ (ଜିଏମ୍‌ଭି) ଓ ବାର୍ଷିକ ଆଧାରରେ ୧୬୦୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ରହିଛି । ବ୍ୟାଙ୍କ ପାଇଁ ଡିଜିଟାଲ ବ୍ୟାଙ୍କିଙ୍ଗ୍ ସଲ୍ୟୁଶନ ଓ ଆର୍ଥିକ ସେବା ସମେତ ଏହାର ଡିଜିଟାଲ ଅଫରିଙ୍ଗ୍‌ଗୁଡିକର ମଜଭୁତ ଗ୍ରହଣୀୟତା ଦ୍ୱାରା ରାଜସ୍ୱରେ ଏହି ଅଭିବୃଦ୍ଧି ପରିଚାଳିତ ହୋଇଛି । ବ୍ୟାଙ୍କ ଏହାର କଷ୍ଟମାଇଜ୍‌ଡ ପ୍ଲାନ୍‌ଗୁଡିକ ପାଇଁ ଏକ ମଜଭୁତ ଚାହିଦା ହାସଲ କରିଛି ଯାହା ବ୍ୟାଙ୍କର ସେଭିଙ୍ଗ୍‌ସ ବ୍ୟାଙ୍କ ଆକାଉଂଟ୍ ଗ୍ରାହକଙ୍କୁ ଏକ ଅତିରିକ୍ତ ପେମେଂଟ୍ କରି ବାର୍ଷିକ ଆଧାରରେ ବୀମା ଭଳି ଅତିରିକ୍ତ ଲାଭ ପାଇବା ପାଇଁ ଅନୁମତି ଦେଉଛି ।

ଏସମ୍ପର୍କରେ ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କର ଏମ୍‌ଡି ଓ ସିଇଓ ଅନୁବ୍ରତ ବିଶ୍ୱାସ କହିଛନ୍ତି, ‘ଆମେ ଚଳିତ ତ୍ରୈମାସରେ ଆମର ଅଭିବୃଦ୍ଧି ଯାତ୍ରାରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛୁ । ପ୍ରଥମ ଥର ପାଇଁ ଆମର ରାଜସ୍ୱ ୪୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଆମ ବ୍ରାଣ୍ଡର ନିର୍ଭରଯୋଗ୍ୟତା ଓ ଅତ୍ୟାଧୁନିକ ଉତ୍ପାଦ ଅଫରିଙ୍ଗ୍‌ଗୁଡିକ ଏକ ଅତୁଳନୀୟ ବିତରଣ ନେଟ୍‌ୱର୍କ ଓ ଆଡ୍‌ଭାନ୍ସଡ୍ ଟେକ୍ନୋଲୋଜି ସହିତ ଏକତ୍ରିତ ହୋଇଛି, ଯାହା ଆମକୁ ଆମର ବିସ୍ତାରକୁ ତ୍ୱରାନ୍ୱିତ କରିବା ଜାରି ରଖିବା ପାଇଁ ଅନୁକୂଳ ଭାବେ ଅବସ୍ଥାପିତ କରିଛି । ଆମେ ହାସଲ କରିଥିବା ଉଲ୍ଲେଖନୀୟ ସଫଳତା ପେମେଂଟ୍‌ସ ବ୍ୟାଙ୍କ ମଡେଲ ଏବଂ ଦେଶର ଡିଜିଟାଲ ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଆବଶ୍ୟକତାକୁ ପୂରଣ କରିବା କ୍ଷେତ୍ରରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାର ବୈଧତା ରୂପେ କାର୍ଯ୍ୟ କରୁଛି ।

ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଦେଶବ୍ୟାପୀ ଗ୍ରାହକ ଓ ବ୍ୟବସାୟଗୁଡିକୁ ସେବା ପ୍ରଦାନ କରିବା ପାଇଁ ଏହାର ବ୍ୟବସାୟକୁ ୩ଟି ସେଗ୍‌ମେଂଟ୍‌ରେ ବିକଶିତ କରିଛି, ସେଗୁଡିକ ହେଉଛି ଅର୍ବାନ୍ ଡିଜିଟାଲ କଞ୍ଜ୍ୟୁମର, ରୁରାଲ ଅଣ୍ଡବ୍ୟାଙ୍କ୍‌ଡ, ଇଣ୍ଡଷ୍ଟ୍ରୀଜ୍ ଆଣ୍ଡ ବିଜ୍‌ନେସେସ୍ । ବ୍ୟାଙ୍କ ଏକ ସମ୍ପୂର୍ଣ୍ଣ ଏଣ୍ଡ୍‌-ଟୁ-ଏଣ୍ଡ ଡିଜିଟାଲ ବ୍ୟାଙ୍କିଙ୍ଗ୍ ସଲ୍ୟୁଶନ ଏବଂ ଏକାଧିକ ଢିଜିଟାଲ ଫାଇନାନ୍ସିଆଲ ସର୍ଭିସ୍ ଯେପରିକି ବୀମା, ଋଣ ଓ ନିବେଶ ସମାଧାନ ଆଦି ପ୍ରଦାନ କରୁଛି । ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ଏହାର ପ୍ଲାଟ୍‌ଫର୍ମରେ ବର୍ତମାନ ବାର୍ଷିକ ୭୦୦ କୋଟିରୁ ଅଧିକ ଟ୍ରାଞ୍ଜାକ୍ସନକୁ ପ୍ରୋସେସ୍ କରୁଛି, ଯାହା ଏହାକୁ ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ ବ୍ୟାଙ୍କରେ ପରିଣତ କରିଛି । ଏହି ବ୍ୟାଙ୍କ ୫ ଲକ୍ଷ ପଡୋଶୀ ବ୍ୟାଙ୍କିଙ୍ଗ୍ ପଏଂଟ୍‌ର ସର୍ବବୃହତ୍ ରିଟେଲ୍‌-ବ୍ୟାଙ୍କିଙ୍ଗ୍ ନେଟ୍‌ୱର୍କ ସହିତ ଦେଶର ସୁଦୂର ଗ୍ରାମାଂଚଳଗୁଡିକରେ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧ କରି ପହଂଚ ସମସ୍ୟାର ସମାଧାନ କରିଛି । ଆଜି ଏୟାରଟେଲ୍ ପେମେଂଟ୍‌ସ ବ୍ୟାଙ୍କ ହେଉଛି ଦେଶର ସର୍ବବୃହତ୍ ମାଇକ୍ରୋ କ୍ୟାଶ ପ୍ଲେୟର ଯାହାର ୩୦୦୦ରୁ ଅଧିକ କର୍ପୋରେଟ୍ ପାର୍ଟନର ରହିଛନ୍ତି । ଏଠାରେ ଏହି ବ୍ୟାଙ୍କ ଏହାର ବିତରଣ ଓ ଟେକ୍ନୋଲୋଜିକୁ ବ୍ୟବହାର କରି ଶେଷ ଦୂରତାର କ୍ୟାଶ ଡିଜିଟାଇଜେଶନ ପାଇଁ ସମାଧାନର ଏକ ବିରଳ ସ୍ଥାନରେ ରହିଛି ।

You might also like
Leave A Reply

Your email address will not be published.