Odia news portal

୧୪ରୁ କଳିଙ୍ଗ ପ୍ରିମିୟର ଲିଗ୍ : ଚମ୍ପିଅନ୍‌ଙ୍କୁ ମିଳିବ ୧.୧ଲକ୍ଷ

ଭୁବନେଶ୍ୱରରୁ ଚକ୍ରଧର ମାଝି : ଆଇଆରସି ଭିଲେଜ ସ୍ଥିତ କଳିଙ୍ଗ କ୍ରିକେଟ୍ କ୍ଲବ୍ (କେସିସି) ଆନୁକୂଲ୍ୟରେ ଆସନ୍ତା ଏପ୍ରିଲ ୧୪ରୁ ୧୬ ତାରିଖ ମଧ୍ୟରେ କଳିଙ୍ଗ ପ୍ରିମିୟର ଲିଗ୍ ଗ୍ରାଉଣ୍ଡ୍ ସଟ୍ ଟେନିସ୍‌ ବଲ୍‌ କ୍ରିକେଟ୍ ଟୁଣ୍ଟମେଣ୍ଟ ଅନୁଷ୍ଠିତ ହେବ । କୋଭିତରେ ପ୍ରାଣ ହରାଇଥିବା ବିଶିଷ୍ଟ ବ୍ୟବସାୟୀ ଚନ୍ଦ୍ରପ୍ରକାଶ ମିସାଲେଙ୍କ ସ୍ମୃତିରେ ଏହି ଟୁର୍ଣ୍ଣମେ ନୂଆଦିଲ୍ଲୀ ଏନ୍‌ ପ୍ଲେ ଗ୍ରାଉଣ୍ଡରେ ଖେଳାଯିବ ।

ଏଥିରେ ୧୦ଟି ଫ୍ରାଞ୍ଚାଇଜ୍‌ ଦଳ ୨ଟି ଗ୍ରୁପ୍‌ରେ ଭାଗ ନେବେ। ପୁଲ୍‌-ଏ’ରେ ସିଲେଟ୍ ଷ୍ଟ୍ରାଇକର୍ସ, କଟକ କ୍ରାଏଷ୍ଟ, ହାଇଟ୍ ଫନେଲ ୱାରିୟର୍ସ, ବ୍ରହ୍ମେଶ୍ୱର ରିୟର୍ସ, ଷ୍ଟବର୍ଣ୍ଣ ରହିଥିବାବେଳେ ପୁଲ୍‌-ବିରେ ମଙ୍ଗଳା ୱାରିୟର୍ସ, ଟିମ୍ ଆଇଆରସି, ଷ୍ଟ୍ରାଇଜର୍ସ, କିରଣ ୱାରିୟର୍ସ, ରାମାୟାର୍ସ ଦଳ ସାମିଲ ରହିଛନ୍ତି ।

ଟୁର୍ଣ୍ଣମେଣ୍ଟରେ ଚମ୍ପିଅନ୍ ଦଳକୁ ୧.୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ । ସେହିପରି ରନର୍ସ ଅପ୍ ଦଳକୁ ୬୦,୦୦୦ ଟଙ୍କା ଏବଂ ଦ୍ଵିତୀୟ ରନର୍ସ ଅପ୍ ଦଳକୁ ୨୦,୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ବୋଲି ଆୟୋଜକ କେସିସିର ଅଧ୍ୟକ୍ଷ ଏ. ସାଇ ପ୍ରସାଦ ଦୋରା ପ୍ରକାଶ କରିଛନ୍ତି । ରବିବାର ଦିନ ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା ।

ଉଦ୍‌ଯାପନୀ ଦିବସରେ ଓଲିଉଡ୍‌ ସେଲିବ୍ରିଟି, ଟିମ୍ ସିସିସି ଏବଂ ରାଜନେତାଙ୍କୁ ନେଇ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳଯିବ ବୋଲି ସମ୍ପାଦକ ହିମାଂଶୁ ପତି ସୂଚନା ଦେଇଛନ୍ତି।

You might also like

Leave A Reply

Your email address will not be published.

twenty − 3 =