ଭୁବନେଶ୍ବର : ଓଡ଼ିଶାର ଲୋକପ୍ରିୟ ସୁପର ସ୍ପେଶାଲିଟି ହସ୍ପିଟାଲ କେୟାର ହସ୍ପିଟାଲରେ ଆରମ୍ଭ ହେଲା କିଡ୍ନୀ ପ୍ରତିରୋପଣ। ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ଅତ୍ୟାଧୁନିକ ପଦ୍ଧତିରେ ସୁଲଭ ମୂଲ୍ୟରେ କେୟାର ହସ୍ପିଟାଲରେ କିଡନୀ ପ୍ରତିରୋପଣ କରାଯାଉଛି। ଚଳିତ ମାସ ଠାରୁ ଆରମ୍ଭ ହୋଇଥିବା କିଡ୍ନୀ ପ୍ରତିରୋପଣ ସର୍ଜରୀରେ ବର୍ତ୍ତମାନ ସୁଦ୍ଧା ସଫଳତାର ସହିତ ୩ଜଣ ଗୁରୁତର ରୋଗୀଙ୍କ ସଫଳତାର ସହିତ କିଡ୍ନୀ ପ୍ରତିରୋପଣ କରାଯାଇଛି ଏବଂ ବର୍ତ୍ତମାନ ସେମାନେ ପୂର୍ବ ଭଳି ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି।

କେୟାର ହସ୍ପିଟାଲ୍ରେ ଡାକ୍ତର ବିବେକାନନ୍ଦ ପଣ୍ଡା , ଡାକ୍ତର ଅଶୋକ ପଣ୍ଡା, ଡାକ୍ତର ପି. ଭାମ୍ସି କ୍ରିଷ୍ଣା , ଡାକ୍ତର ପ୍ରସାଦ ରାଜୁଙ୍କ ସମେତ ଆନାସ୍ଥେସିଓଲୋଜି ବିଭାଗର ଡାକ୍ତର ରିତେଶ ରାୟ, ଡାକ୍ତର ଗୌରବ ଅଗ୍ରୱାଲ, ଏବଂ ଡାକ୍ତର ଅଙ୍କିତା ମୋହତାଙ୍କ ସାହାଯ୍ୟରେ ଏହି କିଡ୍ନୀ ପ୍ରତିରୋପଣ ସଫଳତାର ସହିତ ହୋଇଥିଲା। ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେୟାର ହସ୍ପିଟାଲର କିଡ୍ନୀ ରୋଗ ବିଭାଗର ମୁଖ୍ୟ ଡାକ୍ତର ବିବେକାନନ୍ଦ ପଣ୍ଡା କିଡନୀ ରୋଗ ବିଭିନ୍ନ କାରଣ, ଲକ୍ଷଣ ଓ ପ୍ରତିକାର ଉପରେ ଆଲୋଚନା କରିଥିବା ବେଳେ ବରିଷ୍ଟ କିଡ୍ନୀ ରୋଗ ବିଶେଷଜ୍ଞ ଡାକ୍ତର ଅଶୋକ ପଣ୍ଡା କିଡ୍ନୀ ପ୍ରତିରୋପଣ ସର୍ଜରୀ ଉପରେ ଗୁରୁତ୍ଵ ଦେଇଥିଲେ ଏହା ସହିତ ଯୁବାବସ୍ଥାରେ କିଡ୍ନୀ ପ୍ରତିରୋପଣ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।

କେୟାର ହସ୍ପିଟାଲର ଏସିଓଓ କିଶଲେ ଆନନ୍ଦ କହିଥିଲେ, “‘ଉନ୍ନତ ମାନର ଚିକିତ୍ସା ପାଇଁ କେବଳ ଓଡ଼ିଶାରେ ନୁହେଁ ପୂର୍ବ ଭାରତରେ କେୟାର ହସ୍ପିଟାଲର ରହିଛି ଏକ ସ୍ୱତନ୍ତ୍ର ପରିଚୟ।ବର୍ତ୍ତମାନ ଏଠାରେ ଓଡ଼ିଶାର ସବୁଠାରୁ ଅଭିଜ୍ଞ ଡାକ୍ତରୀ ଟିମ୍ ସାହାଯ୍ୟରେ କିଡ୍ନୀ ପ୍ରତିରୋପଣ ସର୍ଜରୀ ମଧ୍ୟ ଆରମ୍ଭ ହୋଇଛି ଯାହାକି ସମସ୍ତ କିଡ଼ନୀ ରୋଗୀଙ୍କ ପାଇଁ ଏକ ଖୁସୀର ଖବର।

ସେହିଭଳି ଡକ୍ଟର ଲୋକନାଥ ଦାଶ (ଜିଏମ୍ ବିଡି) କହିଥିଲେ,
କିଡ୍ନୀ ପ୍ରତିରୋପଣ ସର୍ଜରୀ ଭଳି ଅତ୍ୟାଧୁନିକ ସର୍ଜରୀ ପାଇଁ
ଓଡ଼ିଶାରୁ ଅନେକ ରୋଗୀ ଅନ୍ୟ ରାଜ୍ୟକୁ ଯାଆନ୍ତି ହେଲେ କେୟାର ହସ୍ପିଟାଲ ଭୁବନେଶ୍ୱରଠାରେ କିଡ୍ନୀ ପ୍ରତିରୋପଣ ସର୍ଜରୀ ଆରମ୍ଭ ହେବା ଫଳରେ ସେମାନଙ୍କୁ ବଡ଼ ବଡ଼ ହସ୍ପିଟାଲକୁ ଯିବାକୁ ପଡ଼ିବ ନାହିଁ। କେୟାର ହସ୍ପିଟାଲରେ ଖୁବ୍ କମ୍ ଖର୍ଚ୍ଚରେ କିଡ୍ନୀ ପ୍ରତିରୋପଣ କରାଯିବା ସହିତ ସମସ୍ତ ପ୍ରକାର ସ୍ବାସ୍ଥ୍ୟ ବୀମା ଏବଂ ଗରିବ ଲୋକଙ୍କ ପାଇଁ BSKY କାର୍ଡ଼ ମାଧ୍ୟମରେ କିଡ୍ନୀ ପ୍ରତିରୋପଣ କରାଯାଇପାରୁଛି।