Odia news portal

ଖୋର୍ଦ୍ଧା ଜିଲା ବିଜେଡି ଉପସଭାପତି ହେଲେ କୁନାଲ ରାଉତ

ଭୁବନେଶ୍ବର : ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେଖୋର୍ଦ୍ଧାଜିଲା ୩୦ ନଂ ଜୋନର ପୂର୍ବତନ ଜିଲାପରିଷଦ କୁନାଲ ରାଉତଙ୍କୁ ଖୋର୍ଦ୍ଧା ଜିଲା ବିଜୁ ଜନତା ଦଳର ଉପ ସଭାପତି ଭାବେ ମନୋନୀତ କରାଯାଇଛି। ଏନେଇ ଦଳ ପକ୍ଷରୁ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି।

ଏହି ପରିପେକ୍ଷୀରେ ଶ୍ରୀ ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭୁବନେଶ୍ଵର ବ୍ଲକ ୫ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ବୁଦ୍ଧିଜୀବୀ, ବିଜେଡି କର୍ମୀ ସମେତ ଅଞ୍ଚଳବାସୀ ଶ୍ରୀ ରାଉତଙ୍କ ବାସଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି।

You might also like

Leave A Reply

Your email address will not be published.

thirteen + eighteen =