Odia news portal

କୃଷି ମହିଳା ମାନଙ୍କୁ ନେଇ ଏକ ଦିବାସୀୟ କାର୍ଯଶାଳା ଅନୁଷ୍ଠିତ

ଭୁବନେଶ୍ବର : କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ତରଫରୁ ମଙ୍ଗଳ ବାରେ କୃଷି ମହିଳା ମାନଙ୍କୁ ଉନ୍ନତ ଧରଣର ଗୋଖାଦ୍ୟ ଉତ୍ପାଦନ କରି ଦୁଗ୍ଧର ମାନ ସହିତ ପରିମାଣ ବଢାଇବା ନିମନ୍ତେ ଏକ ଦିବାସୀୟ କାର୍ଯଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣରେ ଅଳ୍ପ ସଂସାଧନକୁ ବ୍ୟବହାର କରି ଗାଈମାନଙ୍କର ଖାଦ୍ୟର ମାନ ଏବଂ ପରିମାଣକୁ ପରିବର୍ତନ କରି ଦୁଗ୍ଧର ମାନଦଣ୍ଡକୁ କିପରି ବଢାଇପାରିବା ସେ ଉପରେ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା ।

ଏଥିରେ କଟକର ନିଆଳି ଏବଂ ପୁରୀର କଣାସ ରୁ ୩୦ ଜଣ ମହିଳା ଚାଷୀ ଯୋଗ ଦେଇଥିଲେ। ଏହି ପ୍ରଶିକ୍ଷଣରେ ସଂସ୍ଥାନର ନିର୍ଦେଶକ ଡକ୍ଟର ମ୍ରିଦୁଳା ଦେବୀ ଗୋପାଳକ ମହିଳା ମାନଙ୍କୁ ବୈଜ୍ଞାନିକ ଜ୍ଞାନ କୌଶଳ କୁ ବ୍ୟବହାର କରି ନିଜର ଦକ୍ଷତା କୁ ବୃଦ୍ଧି କରି ସ୍ଵାବଲମ୍ବୀ ହେବା ଦିଗରେ ଅଗ୍ରସର ହେବାର ମନ୍ତ୍ର ଦେଇଥିଲେ। ଏହି ପ୍ରଶିକ୍ଷଣରେ ନିଜର ବାସସ୍ଥାନ ନିକଟରେ ହାଇଡ୍ରୋପୋନିକ୍ସ କୁ ବ୍ୟବହାର କରି ଗୋଖାଦ୍ୟ ପାଇଁ ହେଉଥିବା ଋତୁକାଳିନ ଅଭାବ ଓ ଖର୍ଛ କୁ କମ କରି ଦୁଗ୍ଧ ଉତ୍ପାଦନ ବଢାଇବା ଉପରେ ପ୍ରଦର୍ଶନ କରା ଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ଆଇ.ସି.ଏ.ଆର. ସି. ୱା. ର ପ୍ରଧାନ ବୈଜ୍ଞାନିକ ଡକ୍ଟର ଅରୁଣ କୁମାର ପଣ୍ଡା, ଡକ୍ଟର ବିଶ୍ଵନାଥ ସାହୁ, ଡକ୍ଟର ଅର୍ପିତା ମହାପାତ୍ର, ଆଇ.ସି.ଏ.ଆର ଡି.ପି.ଆର.ର ପ୍ରଧାନ ବୈଜ୍ଞାନିକ ଡକ୍ଟର ପି.କେ ନାୟକ ଗୋପାଳନ ରେ ଲାଭ ଜନକ ଉପାୟରେ ଗୋଖାଦ୍ୟ ପ୍ରସ୍ତୁତି ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ । ଏହି ପ୍ରଶିକ୍ଷଣ କୁ ଡକ୍ଟର ଅର୍ପିତା ମହାପାତ୍ର, ଇଂନଜିନିୟର ଚୈତ୍ରାଳି ମହତ୍ରେ, ଡକ୍ଟର ଡି.ଏନ ଷଡଙ୍ଗୀ , ଶ୍ରୀମତୀ ତପସ୍ଵିନୀ ସାହୁ ସୂଚାରୁ ରୂପେ ପରିଚାଳନା କରିଥିଲେ।

You might also like

Leave A Reply

Your email address will not be published.

fourteen + twenty =