Odia news portal

ବୃଦ୍ଧାଶ୍ରମରେ ସ୍ୱାସ୍ଥ୍ୟ ଶିବିର, ୫୫ ଜଣ ବୃଦ୍ଧବୃଦ୍ଧାଙ୍କର ସ୍ବାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର : ଆଜି ଏକ୍ସିମ୍ ଲଜିଷ୍ଟିକ, ଝରଣା ଫାଉଣ୍ଡେସନ ଓ ଓଡିଶା ମୋ ପରିବାରର ମିଳିତ ଆନୁକୁଲ୍ୟରେ ରସୁଲଗଡସ୍ଥିତ ଏମ.ପି ବୃଦ୍ଧାଶ୍ରମ ପରିସରରେ ଥିବା ୫୫ ଜଣ ବୃଦ୍ଧବୃଦ୍ଧାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ଔଷଧ , ବିସ୍କୁଟ, ଫଳ, ଜୁସ ବଣ୍ଟନ କରାଯାଇ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଏକ୍ସିମ ଲଜିଷ୍ଟିକ୍ ର ସାମାଜିକ କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀ ଅଶୋକ କୁମାର ସାହୁ, ଓଡ଼ିଶା ମୋ ପରିବାର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ସମାଜସେବୀ ଗଗନ ପାଇଟାଲ, ବିଜୁ ଛାତ୍ର ଜନତା ରାଜ୍ୟ ସହ ସଂପାଦକ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ , ଜିଲ୍ଲା ସମ୍ପାଦକ ସର୍ବଜିତ ସାହୁ, ଦୀପକ ନାୟକ, ଜୟନ୍ତ ଗୋସ୍ୱାମୀ, ଓ ବାପି ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ

ଏହି ଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ରାଜ୍ୟ ବ୍ୟାପି ଆୟୋଜନ କରାଯିବ ବୋଲି ଡଃ ପ୍ରକାଶ ତ୍ରିପାଠୀ କହିଛନ୍ତି । ବୃଦ୍ଧାଶ୍ରମର ଅନ୍ତେବାସି ମାନେ ସମସ୍ତଙ୍କୁ ଏହି ମହତ୍ କାର୍ଯ୍ୟ ପାଇଁ ଧନ୍ୟବାଦ୍ ଜଣାଇଛନ୍ତି।

You might also like

Leave A Reply

Your email address will not be published.

two × 2 =