ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ସ୍ଥାନରେ ରହୁଥିବା ଗରିବ,ଅସହାୟ ଓ ଆର୍ଥିକ ଅନାଟନରେ ରହୁଥିବା ଲୋକଙ୍କୁ ଏଣିକି ମାଗଣାରେ ମିଳିବ ମନ ମୁତାବକ ସକାଳ ଆହାର ମାନବ ସେବା ହିଁ ମାଧବ ସେବା ନୀତିକଥାକୁ ପାଥେୟ କରି ଏଭଳି ଏକ ଜନ ହିତକର ପ୍ରୟାସ ଆରମ୍ଭ କରିଛି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ଜଜବା’

ଏ ନେଇ ଆଜି ଚନ୍ଦ୍ରଶେଖରପୁର ସ୍ଥିତ ସିଓ୍ବାଇଏସଡି ଠାରେ ଜଜବା, ଅନୁଷ୍ଠାନର ପ୍ରତିଷ୍ଠାତା ସଫଦର ହାସିମଙ୍କ ଅଧ୍ୟକ୍ଷତାରେ ଏହି ସେବାର ଲୋକାର୍ପଣ ହୋଇଯାଇଚି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ତଥା ଗାନ୍ଧିବାଦୀ ଜୟନ୍ତ ଦାୟ ଯୋଗଦେଇ ଏକବିଂଶ ଶତାବ୍ଦିରେ ମାନବସଭ୍ୟତା ପାଦ ଦେଇ ସାରିବା ପରେ ମଧ୍ୟ ଆଜିବି ଲୋକ ଖାଦ୍ୟ ସଂକଟର ଶିକାର ହେଉଛନ୍ତି ଜାହା ସମଗ୍ର ମାନବଜାତୀ ପ୍ରତି ଏକ ଘୋର ଅପମାନ ଅଟେ

ଏହାର ନିରାକରଣ ପାଇଁ ଏକ ସାମୁହିକ ପ୍ରୟାସର ଆବଶ୍ୟକତା ରହିଚି ା ଆଜି ଜଜବାର ଏଭଳି ପ୍ରୟାସ ଏକ ସୁସ୍ଥ ସମାଜ ଗଠନ ପାଇଁ ପ୍ରେରଣା ଯୋଗାଇବ ଏବଂ ଭୋକିଲା ଓ ଖାଦ୍ୟାଭାବ ଲୋକଙ୍କ ମୁଁହରେ ହସ ଫୁଚାଇବ ବୋଲି ଶ୍ରୀ ଦାସ କହିଥିଲେ ା ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଡ କଲିମୁଲ୍ଲା ଯୋଗଦେଇ ଆର୍ଥିକ ସମାଜରେ ବିଭିନ୍ନ ବର୍ଗର ପିଲାଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟର ବିକାଶ ପାଇଁ ଜଜବା ଅନୁଷ୍ଠାନର ପ୍ରୟାସକୁ ପ୍ରସଂଶା କରିଥିଲେ । ବିଶେଷ ଭାବେ କୋଭିଡ୍ ସମୟରେ ଜଜବାର ସାମାଜିକ ଦାୟିତ୍ବବୋଧ ସମାଜ ପାଇଁ ଏକ ଉଦାହରଣ ହୋଇରହିବ ବୋଲି ଡ କଲିମୁଲ୍ଲା କହିଥିଲେ । କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବେ ଓଲିଉଡ୍ ଅଭିନେତ୍ରୀ ସୋନମ ଦାଶ ଯୋଗଦେଇ ପ୍ରଥମ ବ୍ରେକଫାଷ୍ଟ କାର୍ଡ ବିତରଣ କରିଥିଲେ
ଆଜି ଏହି କାର୍ଡ ସେବା ଭୁବନେଶ୍ବର, ପୁରି,ଖୋର୍ଦ୍ଧା ଓ କଟକ ଜିଲାରେ ପ୍ରତିଦିନ ୨୦୦ ଲୋକଙ୍କ ପାଇଁ ଆରମ୍ଭ କରାଜାଛି ଆଗାମି ଦିନରରେ ଏହା ଅନ୍ୟାନ୍ୟ ଜିଲ୍ଲାରେ ଏହି ସେବା ଆରମ୍ଭ ହେବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ସଫଦର କହିଛନ୍ତି । ବାବୁରାଜା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ା