ଭୁବନେଶ୍ୱର : ବିଶ୍ବ ପାଇପ ମିସ୍ତ୍ରୀ ଦିବସ ଅବସରରେ ଭୁବନେଶ୍ବରରେ ଥିବା ପାଇପ ମିସ୍ତ୍ରୀଙ୍କୁ ବି ଫର ଭୁବନେଶ୍ୱର ସାମାଜିକ ସଂଗଠନ ଦ୍ବାରା କର୍ମବୀର ସେବା ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ବରରେ ଘର କରି ରହିବା ପାଇଁ ଜଳ ଯୋଗାଣ ବ୍ୟବସ୍ଥା ନିହାତି ଆବଶ୍ୟକ ।

ଏହି କ୍ଷେତ୍ରରେ ପାଇପ ମିସ୍ତ୍ରୀମାନଙ୍କ ସାହାଯ୍ୟ ଓ ସହଯୋଗ ନିହାତି ଆବଶ୍ୟକ। ଆଜି ବିଷ୍ଣୁ ପାଇପ ମିସ୍ତ୍ରୀ ଦିବସ ପାଳନ ଅବସରରେ ଭୁବନେଶ୍ଵରର କାମ କରୁଥିବା ୨୦୦ ଜଣ ପାଇପ ମିସ୍ତ୍ରୀଙ୍କୁ କର୍ମବୀର ସମ୍ମାନ-୨୦୨୩ ରେ ଭୁବନେଶ୍ୱରର ପ୍ରମୁଖ ସଂଗଠନ ୱି ଫର ଭୁବନେଶ୍ବର ପକ୍ଷରୁ ସମ୍ମାନିତ କରାଯାଇଛି । ସଂଗଠନ ପକ୍ଷରୁ ବିଭିନ୍ନ କୁଶଳୀ କାରିଗରମାନଙ୍କ ଉଚିତ ସମୟରେ ସମ୍ମାନିତ କରା ଯାଇଥାଏ।

ଏହି କାର୍ଯ୍ୟକ୍ରମରେ ପୁର୍ବତନ ମେୟର ଶ୍ରୀଯୁକ୍ତ ମିହିର ମହାନ୍ତି, ବି ଏମ ସି ଚୟାମୟାନ ଶ୍ରୀଯୁକ୍ତ ଅମରେଶ ଜେନା, ବିଜେଡି ସାଂସ୍କୃତିକ ସମନୟ ସମ୍ମୁଖ ଶ୍ରୀଯୁକ୍ତ ପ୍ରବୀର ମହାନ୍ତି, ଜାଗା ମିଶନର ଉପଦେଷ୍ଠା ଶ୍ରୀମତୀ ଶାଶ୍ଵତୀ ମିଶ୍ର, ୱି ଫର୍ ଭୂବନେଶ୍ବରର ସଦସ୍ଯ ରାମନାଥ ସାମନ୍ତରାୟ,ଉମାନାଥ ମିଶ୍ର, ନରେନ ସାହୁ,

ରାମଚନ୍ଦ୍ର ପ୍ରଧାନ, ସୁଦୀପ୍ତ ବଡଜେନ, ଗୁରୁଚରଣ ସାହୁ,ମାନସ ରଞ୍ଜନ ମହାନ୍ତି,ଦେବାଶିଷ ସିଠ୍, ପ୍ରତାପ ସାହୁ, ବିଜୟ ପରିଡା, ରାଜ ନାରାୟଣ, ସଞ୍ଜୟ ପରିଡା, ଶିବ ସୁଆର, ମମତା ସାହୁ, ରଶ୍ମିତା ମଲ୍ଲିକ, ରିତା ମହାନ୍ତି, ସଂଯୁକ୍ତା ପାଣିଗ୍ରାହୀ, ରାଜକିଶୋର ସାହୁ,ଲିଟୁ ବଡଜେନ ଉପସ୍ଥିତ ଥିଲେ।
