ଭୁବନେଶ୍ୱର : ବିଏମ୍ସି ୧୨ ନମ୍ବର ୱାର୍ଡ ଅନ୍ତର୍ଗତ ଗଜପତି ନଗରଠାରେ ରାସ୍ତା ଓ ଡ୍ରେନ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଭୁବନେଶ୍ଵର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଦେଇ କହିଲେ ଓଡ଼ିଶାର ବିକାଶ ଧାରା ଆଗକୁ ବଢୁଛି। ଓଡ଼ିଶାର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ଏଥର ରାଜ୍ୟ ସରକାର ଲୋକାଭିମୁଖୀ ବଜେଟ୍ ଆଣିଛନ୍ତି।

ସ୍ମାର୍ଟ ସିଟି ଭୁବନେଶ୍ବରକୁ ସବୁ କ୍ଷେତ୍ରରେ ଦେଶର ନମ୍ବର ୱାନ କରିବା ପାଇଁ କାର୍ଯ୍ୟ ଜାରି ରହିଛି। ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ଇତିମଧ୍ୟରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଥିବା ବେଳେ ଆଉ କିଛି ଚାଲୁ ରହିଛି। ବାକି ଥିବା କାର୍ଯ୍ୟଗୁଡ଼ିକୁ ତୁରନ୍ତ କରାଯିବ।

ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗଜପତି ନଗର ୨୨ ନମ୍ବର ପ୍ଲଟ୍ଠାରୁ ୪୫୧/୧୯୪ ପ୍ଲଟ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତୀକରଣ ହେବା ସହିତ ଡ୍ରେନ ନିର୍ମାଣ କରାଯାଇ ସ୍ଲାବ ପକାଯିବ ବୋଲି ୧୨ ନମ୍ବର ୱାର୍ଡ କର୍ପୋରେଟର ଜୟନ୍ତୀ ସାହୁ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଏମ୍ସି ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା
କହଁର, ବରିଷ୍ଠ ମୁରବି ଜନକର ସାହୁ, ଆଇନଜୀବୀ ସମରେନ୍ଦ୍ର ସାହୁ, ଭଗବାନ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ବିଜେଡି ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ପ୍ରସନ୍ନ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ । ଯୁବନେତା ଚଗଲା ଜେନା, ମିଟୁ ପରିଡ଼ା, ତୁଷାର ଦାସ, ତପନ ବାରିକ, କାବୁ କର, ପ୍ରୀତମ ଓ ବାବୁ ଭାଇ ଟିମ୍ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
