Odia news portal

ରାଜଧାନୀରେ ଜଳସେବା ଆରମ୍ଭ : ମେୟରଙ୍କ ଦ୍ୱାରା ଉଦ୍ଘାଟିତ ହେଲା ୪ ଗୋଟି ଶିବିର


ଭୁବନେଶ୍ୱର : ଆଶୁ ଗ୍ରୀଷ୍ମର ଆଗମନକୁ ଦେଖି ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ନିଦାଘ ପ୍ରଶମନ ଜନିତ ପ୍ରସ୍ତୁତି । ଚଳିତ ବର୍ଷ ର ସ୍ଥିତିକୁ ଅ ।ଖି ଅ ।ଗରେ ରଖି ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଗ୍ରହୀ ସମାଜିକ ସଂଗଠନ ଗୁଡିକୁ ଅନୁମତି ଦେବାପରେ ଆଜି ଦିନରେ ମାନ୍ୟବର ମେୟର ଶ୍ରୀମତି ସୁଲୋଚନା ଦାସ ଚାରିଗୋଟି ଜଳସେବା ଶିବିରର ଉଦ୍‌ଘାଟନ କରିଛନ୍ତି ।

ଡେପୁଟି ମେୟର ଶ୍ରୀମତି ମଞ୍ଜୁଲତା କଅଁର, ସ୍ଥାନୀୟ କର୍ପୋରେଟର ଏବଂ ସଂପୃକ୍ତ ସଂସ୍ଥାମାନଙ୍କର ପ୍ରତିନିଧିଙ୍କ ଉପସ୍ଥିତରେ ଏହି ଶିବିରମାନ ଖୋଲାଯାଇ ସେବା ଯେଗାଣ ସହିତ ସହିତ ନାଗରିକମାନଙ୍କୁ ସଚେତନ କରାଯାଇଛି । ଆଜି ଖୋଲାଯାଇଥିବା ଜଳସେବାଶିବିର ଗୁଡିକ ବି ଡି ଏ କଲୋନୀ , ଚନ୍ଦ୍ରଶେକରପୁର ର ମମତା ହସ୍ପିଟାଲ ନିକଟ ରେ, ମଣ୍ଡପ ବସ୍ତି ମେନ୍ ରୋଡ୍ ନିକଟରେ, କେୟାର ହସ୍ପିଟାଲ ନିକଟରେ ଏବଂ ବାଣୀବିହାର ପେଟ୍ରୋଲ୍ ପମ୍ପ୍ ନିକଟରେ ଅବସ୍ଥିତ । ଯଥାକ୍ରମେ ଉକ୍ତ ଶିବିରଗୁଡିକର ଅୟୋଜନ କରିଥିଲେ ଭଲ୍ୟୁଂଟରସ୍ ଫର୍ସୋ ସିଆଲ୍ ୱାର୍କସ୍ ଆଣ୍ଡ ଲାୟଜନିଙ୍ଗ, ମଣ୍ଡପ ବସ୍ତି ଉନ୍ନୟନ ପରିଷଦ,ସୁରକ୍ଷା ଏବଂ ଭୁବନେଶ୍ୱର ଅଟୋମହାସଂଘ ।

ସୁଚନାଯୋଗ୍ୟକି , ଗତବର୍ଷ ୧୩୬ ଗୋଟି ଜଳସେବା ଶିବିର ବି ଏମ୍ ସି ଇଲାକାରେ ଖୋଲିଥିବାବେଳେ ଏବର୍ଷ ଆହୁରି ଅଧିକ ସଂଖ୍ୟକ ଶିବିର ଖୋଲାଯିବ ବୋଲି କହିଛନ୍ତି ମେୟର ଶ୍ରୀମତି ଦାସ । ଜଳବାୟୁ ପରିବର୍ତନକୁ ଆମେ ଦୃଷ୍ଟି ଦେବାସହିତ ବିଭାଗୀୟ ନିର୍ଦ୍ଦେଶାବଳୀର ଅନୁପାଳନପୁର୍ବକ ଏହି ଶିବିର ଖୋଲିବାକୁ ପ୍ରୋତ୍ସହନ ଦେଉଛୁ । ଏପରିକି ଆମେ ବି ଏମ୍ ସି କର୍ପୋରେଟର ମାନଙ୍କର ଉଦ୍ୟମରେ ଏବର୍ଷର ତାପକୁ ଲକ୍ଷ୍ୟକରି ଏହି ସେବାକୁ ତ୍ୱରାନ୍‌ବିତ କରିବୁ । ଏହା ସାଙ୍ଗକୁ ପଶୁପକ୍ଷୀଙ୍କ ନିମନ୍ତେ ପାଣି ରଖିବାପାଇଁ ଆମେ ସଚେତନ କରାଉଛୁ, ବୋଲି କହିଛନ୍ତି ମାନ୍ୟବର ମେୟର ।

ଜଳଛତ୍ର, ଜରୁରୀ ସହାୟତା କେନ୍ଦ୍ର, ୟୁିଏଚସିକୁ ସଜାଗ ରଖିବା ଅ ।ଦି ଉପରେ ଫୋକସ କରାଯାଇଛି । ପେରି ଅଂଶୁଘାତରେ ପେରି ଜଣେ ବି ବ୍ୟକ୍ତିଙ୍କ ଜୀବନହାନୀ ନହେବ ତା ଉପରେ ବିଏମସି ଗୁରୁତ୍ୱାରୋପ କରିଛି । ପାଣିପାଗ ସଂସ୍ଥା ତରଫରୁ ଭୁବନେଶ୍ୱରକୁ ୟେଲୋ କ୍ୟାଟାଗୋରୀ ଅର୍ନ୍ତଭୁକ୍ତ କରାଯାଇଥିବା ବେଳେ ଅଂଶୁଘାତଜନିତ ମୃତ୍ୟୁ ରୋକିବାକୁ ବିଏମସି ଅ ।ଗୁଅ । ପଦକ୍ଷେ ନେଇଛି । ବିଭିନ୍ନ ସ୍ଥାନରେ ଥିବା ଜଳଛତ୍ରଗୁଡ଼ିକ ଖୋଲାଯିବ । ଏହାସହ ଅଧିକରୁ ଅଧିକ ସଂଖ୍ୟକ ୱାଟର ଏଟିଏମ ପ୍ରସ୍ତୁତ ରଖିବାକୁ ପିଏଚଡି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଅ ।ଯାଇଛି । ସବୁ ୱାର୍ଡ଼ର ନଳକୂ ମରାମତି ପାଇଁ କୁହାଯାଇଛି । ସେହିପରି ଭୁବନେଶ୍ୱରରେ ଥିବା ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଅ ।ଯାଇଛି । ଖରା ସମୟରେ ଲୋକଙ୍କୁ ବାହାରକୁ ନଅ ।ସିବାକୁ ପରାମର୍ଶ ଦିଅ ।ଯିବ ଏବଂ ସଚେତନତା କରାଯିବବୋଲି ବି ଏମ୍ ସି ପକ୍ଷରୁ କହିଛନ୍ତି, ଡେପୁଟି କମିଶନର, ଗରୁରୀ ସେବା ଶ୍ରୀ ରମେଶ ଚନ୍ଦ୍ର ଜେନା ।

You might also like

Leave A Reply

Your email address will not be published.

2 × one =