ଭୁବନେଶ୍ୱର : ଓଡିଶାର ଅଗ୍ରଣୀ ତଥା ୧ ନଂ ମସଲା ଉଦ୍ୟୋଗ ତଥା ପୂର୍ବଭାରତର ଅନନ୍ୟ ଖାଦ୍ୟ ପ୍ରସ୍ତୁତକାରୀ ପ୍ରତିଷ୍ଠାନ ରୁଚି ଫୁଡ୍ ଲାଇନ ଦ୍ଵାରା ପରିଚାଳିତ ଓଡିଶାର ପ୍ରଥମ ଫ୍ରୋଜେନ୍ ଫୁଡ୍ସ କମ୍ପାନୀ “ ଫ୍ରୋଜିଟ୍ ର ୧୩ ତମ ଆଉଟଲେଟ ଭୁବନେଶ୍ଵର ସ୍ଥିତ ଚନ୍ଦ୍ରଶେଖରପୁରଠାରେ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରୁଚି ଫୁଡ଼ ଲାଇନର ପରିଚାଳନା ନିର୍ଦ୍ଦେଶକ ତଥା ବିଶିଷ୍ଟ ଶିଲ୍ପପତି ଡ଼ ଶରତ କୁମାର ସାହୁ ଯୋଗଦେଇ ଏହି ନିଆରା ଫୁଡ଼ ଆଉଟଲେଟକୁ ଉଦଘାଟନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ ଆଇ. ଏଚ. ଏମ. ର ପୂର୍ବତନ ଅଧକ୍ଷ୍ୟା ଆର୍ଯ୍ୟ ପାଣିଗ୍ରାହୀ ଓ ରୁଚି ଫୁଡ଼ ଲାଇନ ର ନିର୍ଦ୍ଦେଶିକା ଶ୍ରୀମତୀ ସଙ୍ଗୀତା ସାହୁ ।

ଫ୍ରୋଜିଟ୍ ର ପ୍ରତିଷ୍ଠାତା ତଥା ରୁଚି ଫୁଡ଼ ଲାଇନ ର ନିର୍ଦ୍ଦେଶିକା ଶ୍ରୀମତୀ ରଶ୍ମି ସାହୁ ଏହି ଅବସରରେ ପ୍ରକାଶ କରିଥିଲେ ଫ୍ରୋଜିଟ୍ ଚନ୍ଦ୍ରଶେଖରପୁର ଅଧିବାସୀ ମାନଙ୍କୁ ବିଭିନ୍ନ ସୁସ୍ଵାଦୁ ଓ ପାରମ୍ପରିକ ଖାଦ୍ୟ ଯଥା ଫ୍ରୋଜେନ୍ ଫୁଡ୍ସ , ରେଡି ଟୁ ଇଟ୍ସ, ରେଡି ଟୁ କୁକ୍, ମୃଦୁପାନୀୟ,ବେକରୀ ଓ ସ୍ୱାସ୍ଥ୍ୟପଯୋଗୀ ଖାଦ୍ୟ ପଦାର୍ଥ ସୁବିଧାରେ ଓ ସୁଲଭ ମୂଲ୍ୟରେ ଯୋଗାଇ ପାରିବ । ବିଶେଷକରି ଏହି ଫ୍ରୋଜିଟ୍ କାଫେ ସ୍କୁଲ୍ ଓ କଲେଜ ର ଛାତ୍ର ଛାତ୍ରୀ ଓ ଯୁବ ବର୍ଗ ମାନଙ୍କୁ ବିଭିନ୍ନ ପ୍ରକାର ପିଜା, ବର୍ଗର, ସ୍ୟାଣ୍ଡୱିଚ୍ଭେଜ- ବିରିୟାନୀ, ନନ୍ ଭେଜ- ବିରିୟାନୀ , ଲଚ୍ଛା ପରଟା , ମସରୁମ୍, ପନୀର, ସୋୟାରୋଲ୍, ଜୀରା ରାଇସ୍, ମଟନ୍ ରୋଗନ୍ ଜୁସ୍, ଚିଲ୍ଲି ଚିକେନ୍, କ୍ଷୀରି, ପୋଡ଼ପିଠା ଆଦି ଯୋଗାଇଦେବ ।

ଉଦଘାଟନ ଅଫର୍ ଭାବେ ୧୫ ଦିନ ପାଇଁ ସମସ୍ତ ଖାଉଟି ମାନଙ୍କ ପାଇଁ ୧୦% ରିହାତିର ବ୍ୟବସ୍ଥା କରାଯାଇଥିବାବେଳେ ବିଭିନ୍ନ ପର୍ବପର୍ବାଣି ଓ ଉତ୍ସବ ମାନଙ୍କରେ ଫ୍ରୋଜିଟ୍ ପକ୍ଷରୁ ବିଭିନ୍ନ ପ୍ରକାର ସ୍କିମ୍ ଉପଲବ୍ଧ ରହିବ। ଆଜିର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଫ୍ରୋଜିଟର ବିପଣନ ଅଧିକାରୀ ସମ୍ବୀତ୍ ସେଠୀ । ଫ୍ରୋଜିଟ୍ ପକ୍ଷରୁ ଶିଳ୍ପା ଦାସ, ଶ୍ରୀକାନ୍ତ ମହାପାତ୍ର, ଆଦ୍ୟଶା ପଟ୍ଟନାୟକ, ଦେବସ୍ମିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ହ୍ଵାଇଟକାନ୍ଭାସ୍ ଇଭେଣ୍ଟ୍ ପକ୍ଷରୁ ସୋମ୍ୟଜିତ୍ ପରିଡ଼ା ଓ ଜ୍ଞାନରଞ୍ଜନ ରାୟ ସମସ୍ତ ସହଯୋଗ କରିଥିଲେ ।