Odia news portal

ଫୁଟବଲ’ର ପ୍ରଚାର ପ୍ରସାର ପାଇଁ ବିଭିନ୍ନ କମ୍ୟୁନିଟି ସହ ଯୋଡିହେଲା ଓଡ଼ିଶା ଏଫସି

ଭୁବନେଶ୍ବର : ଓଡିଶା ଏଫ ସି ନିଜର କମ୍ୟୁନିଟି କାର୍ଯ୍ୟକଳାପକୁ ଆଗକୁ ନେବା ସହ ଗତ ୨୫ ଫେବୃଆରୀ ସନ୍ଧ୍ୟାରେ ରେଳ ବିହାର ଠାରେ, ପୂର୍ବ ତଟ ରେଳବାଇ ସହିତ ମିଳିତ ଭାବରେ, ରେଳବାଇର କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ସମୁଦାୟ ୫୦୦ ରୁ ଉର୍ଦ୍ଧ ପରିବାର ସାମିଲ ହୋଇଥିଲେ ଏହି କାର୍ଯ୍ୟକ୍ରମରେ । ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ କୁଇଜ୍, ନୃତ୍ୟ ଏବଂ ଫ୍ୟାଶନ୍ ପ୍ରତିଯୋଗିତା ଇତ୍ୟାଦି ଆୟୋଜିତ ହୋଇଥିଲା । ପ୍ରତ୍ୟେକ ବର୍ଗର TOP 3 ବିଜେତାଙ୍କୁ ସମ୍ମାନିତ ମଧ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରପର୍ଟି ବ୍ରାଣ୍ଡ, ଷ୍ଟୋରୀ ଲ୍ୟାବ୍, ତୁସି ମୋଟର୍ସ, ରୀଫର୍ମ ଜିମ୍, ଜେ ଆଣ୍ଡ ଟି ଜୁଏଲର୍ସ ଇତ୍ୟାଦି ଭଳି ବ୍ରାଣ୍ଡ ପ୍ରୟାଜକ ରହିଥିଲେ ।

ସ୍ପେସିଆଲ ଅତିଥି ଭାବେ ଓଡିଶା ଏଫ୍ସି ପ୍ଲେୟାର ପୁରୁଷ ଦଳ ରୁ ପ୍ରିନ୍ସଟନ୍ ରେବେଲୋ ଓ ଡିଏଗୋ ମରିସିଓ ଏବଂ ମହିଳା ଦଳରୁ ବନ୍ନ୍ୟା କବିରାଜ ଓ କରିସ୍ମା ଓରାମ ଯୋଗ ଦେଇଥିଲେ | ତେଵେ ସେମାନଙ୍କର ଉପସ୍ଥିତି କାର୍ଯ୍ୟକ୍ରମକୁ ଅଧିକ ମନରଞ୍ଜନପୂର୍ଣ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଶୁଭେନ୍ଦୁ ବିଶ୍ୱାଳ (ଚଳଚ୍ଚିତ୍ର ନିର୍ଦ୍ଦେଶକ), ସମରପିତ ଦାଶ (ଅଭିନେତ୍ରୀ) ଏବଂ ସ୍ଵାଗତିକା ପଣ୍ଡା (ନୃତ୍ୟଶିଳ୍ପୀ) ପରି ସେଲିବ୍ରିଟି ଜଜ୍ ଭାବରେ ଅଂଶଗ୍ରହଣ କରିଥିଲେ ।

ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଲୋକଙ୍କ ପାଖେ ଓଡିଶା ଏଫ ସି, ପହଂଚିବାକୁ ପ୍ରୟାସ ଆରମ୍ଭ କରିଛି ଏହା ସହିତ ଫୁଟବଲର ଲୋକପ୍ରିୟତା ଏବଂ ଏହାର ପ୍ରଚାର ପ୍ରସାର ପାଇଁ ଆଗକୁ ମଧ୍ୟ ଏହିଭଳି କାର୍ଯ୍ୟକ୍ରମ କରିବାକୁ ଓଡ଼ିଶା ଏଫ ସି ପକ୍ଷରୁ ଲଖ୍ୟ ରଖାଯାଇଛି ।

You might also like

Leave A Reply

Your email address will not be published.

four × one =