ଭୁବନେଶ୍ବର : ବଲାଙ୍ଗୀର ଜିଲା ସଇଁତଳା ବଡ଼ମାଳ କାରଖାନାସ୍ଥିତ ଗୋଳାବାରୁଦ ସ୍ପୋର୍ଟସ ଷ୍ଟାଡ଼ିୟମରେ ବଧୂର ଟି୨୦ ଓଡ଼ିସିଏ ପ୍ରଥମ ଓଡ଼ିଶା କ୍ରିକେଟ ଚାମ୍ପିୟନଶିପ ରବିବାର ଅନୁଷ୍ଠିତ ହୋଇଯାଇଛି ଅପରାହ୍ନରେ କଟକ ଓ ବଲାଙ୍ଗୀର ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା ।

ପ୍ରଥମେ ବ୍ୟାଟିଂ କରି ବଲାଙ୍ଗୀର ନିର୍ଦ୍ଧାରିତ ୨୦ଓଭରରେ ୧୪୩ ରନ କରିଥିଲା। ଜବାବରେ କଟକ ୧୮ ଓଭରରେ ୫ ଉଇକେଟ ବିନିମୟରେ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲା। ଫାଇନାଲ ଖେଳରେ ସୁରେନ୍ଦ୍ର ମହାନନ୍ଦ ଓ ବିଚିତ୍ର ରାଉତ ଅମେୟାର, ନିମାଇଁ ଚରଣ ମଲ୍ଲିକ ଓ ବୀରେନ୍ଦ୍ର ମୁନା ସ୍କୋରର ଦାୟିତ୍ଵ ତୁଲାଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ବଡ଼ମାଳ ଗୋଳାବାରୁଦ କାରଖାନାର ମହାପ୍ରବନ୍ଧକ ପ୍ରଦୀପ ଦାସ ମୁଖ୍ୟ ଅତିଥି, ନିୟର ସିକ୍ୟୁରିଟି ଅଫିସର ଲେପ୍ଟନାଣ୍ଟ କର୍ଣ୍ଣେଲ ଜନ୍ମେଜୟ ମିଶ୍ର ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ।

ଅତିଥିମାନେ ବିଜୟୀ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟରେ କଟକ ଦଳକୁ ଟ୍ରଫିସହ ନଗଦ ୨୦ହଜାର ଏବଂ ରନର୍ସ ଅପ ବଲାଙ୍ଗୀର ଦଳକୁ ନଗଦ ଗଞ୍ଜାମ, ବଲାଙ୍ଗୀର ଓ କଟକ ଦଳ ଭାଗନେଇଥିଲେ। ଓଡ଼ିଶା ମୂକ ବଧର ଭୁବନେଶ୍ଵର ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟ ବଲାଙ୍ଗୀର ମୂକ ବଧୂର କ୍ରିକେଟ ଆସୋସିଏଶନ ଆୟୋଜନ କରିଥିଲା। କଟକର ରାଜେଶ ମୁଦୁଲି ଖେଳର ଶ୍ରେଷ୍ଠ ଖେଳାଳି ଏବଂ ମ୍ୟାନ ଅଫ ଦି ସିରିଜ ହାତେଇଥିଲେ।

ଗତ ୧୦ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟରେ ଗଞ୍ଜାମ, ବଲାଙ୍ଗୀର ଓ କଟକ ଦଳ ଭାଗନେଇଥିଲେ। ଓଡ଼ିଶା ମୂକ ବଧୂର କ୍ରିକେଟ ଆସୋସିଏଶନ ଭୁବନେଶ୍ଵର ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟ ବଲାଙ୍ଗୀର ମୂକ ବଧୂର କ୍ରିକେଟ ଆସୋସିଏଶନ ଆୟୋଜନ କରିଥିଲା।
