ଭୁବନେଶ୍ୱର : ବୀର ସୁରେନ୍ଦ୍ର ସାଏ ନଗର ଯୁବ ଛାତ୍ର ବିକାଶ ପରିଷଦ ତରଫରୁ ପ୍ରଭୂଜୀ ଇଂରାଜୀ ମିଡିୟମ ସ୍କୁଲ ସମ୍ମୁଖ ପାର୍କରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ସ୍ଥାପନା ନିମନ୍ତେ ଯୁବଛାତ୍ର ବିକାଶ ପରିଷଦର ଏକ ଦସ୍ତଖତ ଅଭିଯାନ କରାଯାଇଛି।

ଏହି ଅଭିଯାନକୁ ଦଳମତ ନିର୍ବିଶେଷରେ ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ବିଜେପି ଜିଲ୍ଲା ସଭପତି ଶ୍ରୀ ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ, କଂଗ୍ରେସ ତରଫରୁ ଶ୍ରୀ ମନୋଜ ବିଶ୍ଵାଳ, ତାପସ ସେଠୀ, ଆମ୍ ଆଦମୀ ପାର୍ଟି ତରଫରୁ ରାଜ୍ୟ ସଂଯୋଜାକ ଶ୍ରୀ ନିଶିକାନ୍ତ ମହାପାତ୍ର , ପୂଜ୍ୟ ପୂଜା ସଂସଦ ତରଫରୁ ଶ୍ରୀ ପ୍ରଦ୍ୟୁମ୍ନ ଶତପଥୀ , ଉଇ ଫର୍ ଭୁବନେଶ୍ୱର ନରେନ୍ ସାହୁ ,ଜୟ ଓଡ଼ିଶା ପ୍ରତିଷ୍ଠାତା ଶ୍ରୀ ରୁଦ୍ର ସାମନ୍ତରାୟ, ଓଡିଶା ମତ୍ସ୍ଯ ସମ୍ପଦ ଚେୟାରମ୍ୟାନ ଶ୍ରୀ ସୁବାସ ପାତ୍ର , ଓଡ଼ିଶା ମୋ ପରିବାର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ୱାର୍ଡ ନମ୍ବର -୧୧କର୍ପୋରେଟର ପ୍ରଭାସିନି ମହାନ୍ତି,

ମଳୟ ରଥ ,ନିରୁପମା ପାତ୍ର, ଚିନ୍ତାମଣି ବାରିକ ,ଯୁବବିଜେଡି ନେତା ଶିବାନନ୍ଦ ତାଡ଼, ଦୀପକ ନାୟକ,ସୌମ୍ୟ ରଞ୍ଜନ ପ୍ରଧାନ, ନରେନ୍ଦ୍ର କୁମାର ବିଶ୍ୱାଳ, ବିନୋଦ କୁମାର ସାହୁ , ଛାତ୍ର ବିଜେଡି ସମ୍ପାଦକ ଶ୍ରୀ ସର୍ବଜିତ୍ ସାହୁ,ସୋମନାଥ ମଲ୍ଲିକ, ଓ ସ୍ଥାନୀୟ ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ , ଯୁବ ଛାତ୍ର ଯୋଗଦାନ କରି ଦାବୀକୁ ସମର୍ଥନ କରି ଦସ୍ତଖତ ଅଭିଯାନରେ ସାମିଲ୍ ହୋଇଥିଲେ।
ଆସନ୍ତା ଦୁଇମାସ ମଧ୍ୟରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନା ନ ହେଲେ ରାଜ୍ୟ ସଂସ୍କୃତି ଭବନ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଧାରଣା ଦେବା ପାଇଁ ଯୁବ ଛାତ୍ର ବିକାଶ ପରିଷଦର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ ଚେତାବନୀ ଦେଇଛନ୍ତି|