ଭୁବନେଶ୍ୱର : ମଦର୍ସ ପବ୍ଲିକ୍ ସ୍କୁଲ୍ ଏବଂ ପ୍ରଖ୍ୟାତ ସଙ୍ଗୀତଜ୍ଞ ଏହଶାନ ନୁରାନିଙ୍କ ମ୍ୟୁଜିକାଲ କମ୍ପାନୀ ଟୋରିନ୍ସ ମଧ୍ୟରେ ଏକ ସହଭାଗିତା ହୋଇଛି । ଏକ ଉତ୍ସବରେ ଏହଶାନ ଓ ତାଙ୍କ ବ୍ୟାଣ୍ଡ ପାହାଳ ଓ ୟୁନିଟ୍ ୧ ସ୍ଥିତ ମଦର୍ସ ପବ୍ଲିକ୍ ସ୍କୁଲ୍ କ୍ୟାମ୍ପସ୍ଗୁଡିକରେ ଛାତ୍ରଛାତ୍ରୀଙ୍କ ସହ ପ୍ରଦର୍ଶନ କରିଛନ୍ତି । ଏହି ରେମାଂଚକର ପ୍ରଦର୍ଶନରେ ବିମୋହିତ ହୋଇଛନ୍ତି ଦର୍ଶକ । ଏହି ଉତ୍ସବରେ ଛାତ୍ରଛାତ୍ରୀମାନେ ଏହି ସଙ୍ଗୀତ ତାରକାଙ୍କ ସହ ବାର୍ତାଳାପ କରିବାର ସୁଯୋଗ ମଧ୍ୟ ପାଇଛନ୍ତି । ବିଦ୍ୟାଳୟର କ୍ୟାମ୍ପସ୍ରେ ସାରାଦିନ ଏହି ଉତ୍ସବ ଜାରି ରହିଥିଲା ।

ଏହି ଅବସରରେ ଲୋକପ୍ରିୟ ସଙ୍ଗୀତଜ୍ଞ ଏହଶାନ ନୁରାନି କହିଛନ୍ତି ଯେ, ‘ମୁଁ ଓଡିଶାକୁ ଆସି ଖୁବ୍ ଖୁସି ଅନୁଭବ କରୁଛି । ଯୁବ ପ୍ରତିଭାମାନେ ଯେଉଁଭଳି ଭାବେ ଚମତ୍କାର ପ୍ରଦର୍ଶନ କରୁଛନ୍ତି ତାହାକୁ ଦେଖି ମୁଁ ଖୁବ୍ ଉତ୍ସାହିତ । ବିଦ୍ୟାଳୟଗୁଡିକରେ କଳା ଓ ସଙ୍ଗୀତକୁ ପ୍ରୋତ୍ସାହିତ କରିବା ଏକ ଅତ୍ୟଧିକ ଭଲ କାର୍ଯ୍ୟ ।’ ସେହିପରି ମଦର୍ସ ପବ୍ଲିକ୍ ସ୍କୁଲ୍ର ପ୍ରିନ୍ସିପାଲ ପଲି ପଟ୍ଟନାୟକ କହିଛନ୍ତି ‘ଏଭଳି ଜଣେ କିମ୍ବନ୍ଦନ୍ତୀ ସଙ୍ଗୀତଜ୍ଞ ଆମ ସହ ହାତ ମିଳାଇବା ଏବଂ ଆମ ବିଦ୍ୟାଳୟରେ ପ୍ରଦର୍ଶନ କରିବା ଆମ ପାଇଁ ଗୌରବର ବିଷୟ ।’ ମିସ୍ ପୋଲି ପଟ୍ଟନାୟକ ନିଜେ ଜଣେ କଳାକାର ହୋଇଥିବା ବେଳେ ସେ କଳାକୁ ଉପଭୋଗ କରିବା ଏବଂ ଏହାକୁ ନିଜ ଅଧିନରେ ଥିବା ଛାତ୍ରଛାତ୍ରୀମାନଙ୍କ ଜୀବନର ଏକ ଅଂଶ କରିବା ପାଇଁ ସବୁବେଳେ ପ୍ରୟାସ କରିଆସୁଛନ୍ତି ।

ମଦର୍ସ ପବ୍ଲିକ୍ ସ୍କୁଲ୍ର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଶ୍ରୀଜିତ୍ ପଟ୍ଟନାୟକ କହିଛନ୍ତି, ସେ ମଦର୍ସ ପରିବାରକୁ ସେମାନେ ଚୟନ କରୁଥିବା ଯେକୌଣସି କ୍ୟାରିୟରରେ ସଫଳ ହେବା ପାଇଁ ଏକ ସାମଗ୍ରିକ ବିକାଶ ଲାଗି ସର୍ବୋତମ ସୁବିଧା ପ୍ରଦାନ କରିବା ପାଇଁ ସବୁସମ୍ଭବ ପ୍ରୟାସ କରାଯିବ ।’ସେ କହିଛନ୍ତି, ‘ମୋ ଚାରିପାଶ୍ୱର୍ରେ ଏହି ହସ ହସ ଚେହେରାଗୁଡ଼ିକ ଏହି ପ୍ରୟାସ ସଫଳ ହୋଇଥିବା ପ୍ରମାଣ କରୁଛି ।’
