Odia news portal

ମା ସୁନାଦେଇ ପ୍ରଡ଼କ୍ସନର ପ୍ରଥମ ମ୍ୟୁଜିକ ଭିଡ଼ଓ ‘ଗୋଟେ ବୋଲି ହୃଦୟ’ର ଅଡ଼ିଓ ରିଲିଜ

ଭୁବନେଶ୍ୱର : ମା ସୁନାଦେଇ ପ୍ରଡ଼କ୍ସନ ପକ୍ଷରୁ ପ୍ରଥମ ମ୍ୟୁଜିକ ଅଡ଼ିଓ ‘ଗୋଟିଏ ବୋଲି ହୃଦୟ’ର ଅଡ଼ିଓ ରିଲିଜ୍ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୩୦ ତାରିଖରେ ଆଦର୍ଶ ଏରଟେନମେରେ ରିଲିଜ ହେବାକୁ ଯାଉଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସଦସ୍ୟ ମୁନ୍ନା ଖାଁ ଯୋଗଦେଇ କହିଲେ ଯେ, କରୋନା ମହାମାରୀ ୨ ବର୍ଷ ପରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏପରି ପ୍ରଡ଼କ୍ସନର ଆବଶ୍ୟକତା ରହିଛି ଏବଂ ଏହା ଯୁବ କଳାକାରମାନଙ୍କର ଉରୋର ଉନ୍ନତି ପାଇଁ ସହାୟକ ହେବ ।

ଏହି କାର୍ଯ୍ୟକ୍ରମରେ ପାଣ୍ଡବ ଜେନା ଫାଉଣ୍ଡେସନର ସଭାପତି ଶ୍ରୀ ସନ୍ତୋଷ କୁମାର ଜେନା, ସମାଜସେବୀ ବିକାଶ ଚନ୍ଦ୍ର ପଟ୍ଟନାୟକ, ପ୍ରଯୋଜକ ଶିବିର କୁମାର ପରିଡ଼ା, କେଦାର ପଟ୍ଟନାୟକ, କବି ଓ ଲେଖକ ରଶ୍ମି କର, ସଂଯୁକ୍ତା ପାଣିଗ୍ରାହୀ, ଅଜିତ ପ୍ରସାଦ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥଲେ ।

ମ୍ୟୁଜିକ ଭିଡ଼ିଓର ନାୟକ, ନାୟିକା ଓମ୍ ଓ ବବଲି, ନିର୍ଦ୍ଦେଶକ କିଙ୍ଗଷ୍ଟାର ରାଜା, ସଙ୍ଗୀତ ନିର୍ଦ୍ଦେଶକ ସତ୍ୟ ରଞ୍ଜନ ବଳ, ସଂଗ୍ରାମ କେଶରୀ ଜେନା, ମାମୁନି, ବିଶ୍ୱରଞ୍ଜନ ନାୟକ, ବିଜୟ ବେହେରା, ଦେବଜ୍ୟୋତି ପାତ୍ର, ଲିପୁନ, ବିକାଶ, ରାମ ମାଝି, ଗୁରୁ ଚରଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଯୋଜକ ପ୍ରଭାତୀ ବାରିକ ଓ ବିବେକ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

You might also like

Leave A Reply

Your email address will not be published.

1 + eleven =