Odia news portal

ମାଧବାନନ୍ଦ ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳନ

ଭୁବନେଶ୍ବର : ସତ୍ୟ ବିହାର ୱାର୍ଡ ନଂ ୫ରେ ଭୁବନେଶ୍ୱର ଯୁବ ଉପ ସଭାପତି ଇଁ ଅକ୍ଷୟ କୁମାର ସ୍ୱାଇଁଙ୍କ ସ୍ବର୍ଗତ ପିତା ମାଧବାନନ୍ଦ ସ୍ୱାଇଁଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳନ କରାଯାଇଥିଲା ।

ମହାବୀର ମଲ୍ଟି ଜିମ ତରଫରୁ ସକାଳୁ ସକାଳୁ ବସ୍ତିରେ କିଛି ଗରିବ ଲୋକଙ୍କୁ ବସ୍ତ୍ର ବଣ୍ଟନ ସହିତ ଵିଏମସି କର୍ମଚାରୀଙ୍କୁ ରାସନ ବଣ୍ଟା ଯାଇଥିଲା । ସନ୍ଧ୍ୟାରେ ଏକ ସ୍ମୃତି ସଭା ଆୟୋଜନ କରାଯାଇ ଥିଲା ଏବଂ ଏଥିରେ ଓଡିଶାର ମହାନ କଣ୍ଠ ଶିଳ୍ପୀ ଶୈଳ ଭାମା ମହାପାତ୍ର ଦ୍ୱାରା ଭଜନ ପରିବେଶନ କରାଯଇଥିଲା ।

ଏଥିରେ କ୍ରୀଡ଼ା ମନ୍ତ୍ରୀ ଇଁ ତୁଷାରକାନ୍ତି ବେହେରା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବାଇୟା ଜେନା, ରୁଦ୍ର ସାମନ୍ତରାୟ, ପ୍ରକାଶ ତ୍ରିପାଠୀ. ଭୁବନେଶ୍ୱର ବ୍ଲକ ଚେହରମ୍ୟାନ ନିରୁପମା ପରିଡା ଯୁବ ନେତା ସୂର୍ଯ୍ୟକାନ୍ତ ସାହୁ, ଜ୍ୟୋଷ୍ଣା ପରିଡା, ଜ୍ୟୋଷ୍ଣାରାଣୀ ଜେନା,

ଅନୁପ ଖୁଣ୍ଟିଆ, ବିପ୍ଳବ ବେହେରା, ଚିତ୍ତ ରଞ୍ଜନ ଦାସ, ଛାତ୍ର ନେତା ସୋମ୍ୟ ରଞ୍ଜନ ପ୍ରଧାନଙ୍କ ଭଳି ବହୁ ଅତିଥି ଯୋଗଦେଇଥିଲେ ଏବଂ ସର୍ବ ଶେଷରେ ମହାବୀର ଜିମର ଅଧକ୍ଷ ଲଷ୍ମୀପ୍ରିୟା ସାହୁ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

You might also like

Leave A Reply

Your email address will not be published.

2 × four =