Odia news portal

ଆଲେନ୍, ଭୁବନେଶ୍ବର ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ ଐତିହାସିକ ସଫଳତା


ଭୁବନେଶ୍ଵର : ଆଇଆଇଟି ମୁମ୍ବାଇ ଦ୍ଵାରା ପରିଚାଳିତ ଜେଇଇ ଆଡଭାନ୍ସଡ ୨୦୨୨ର ଫଳାଫଳ ପ୍ରକାଶିତ ହୋଇଯାଇଛି। ଆଲେନ୍‌ ଭୁବନେଶ୍ଵରର ଛାତ୍ରଛାତ୍ରୀମାନେ ପୁଣିଥରେ ପରୀକ୍ଷାରେ ନିଜର ଉତ୍କର୍ଷତା ପ୍ରମାଣ କରିଛନ୍ତି। ଆଲେନ୍‌ ଭୁବନେଶ୍ଵର ସେଣ୍ଟରର ମୁଖ୍ୟ ଅନୁରାଗ ମିଶ୍ର କହିଛନ୍ତିଯେ, ଆଲେନ୍ କ୍ଲାସ୍‌ରୁମ୍ ଛାତ୍ର ଦିବ୍ୟାଶୁ ମାଲୁ ସର୍ବ ମୋଟ୍ ୨୮୫ ମାର୍କ ରଖ୍ ସର୍ବଭାରତୀୟ ସ୍ତରରେ ୧୧ତମ ବ୍ୟାଙ୍କ ହାସଲ କରିଛନ୍ତି ।

ଏଥ୍ ସହିତ କନିଷ୍କ ମୋଦୀ ସର୍ବଭାରତୀୟ ସ୍ତରରେ ୨୦୦ତମ ନ୍ୟାଙ୍କ ଓ ଆତିସ କୁମାର ସାହୁ ସର୍ବଭାରତୀୟ ସ୍ତରରେ ୩୧୧ତମ ବ୍ୟାଙ୍କ ହାସଲ କରିଛନ୍ତି । ପରୀକ୍ଷା ଫଳାଫଳ ଅନୁଯାୟୀ ଆଲେନ୍‌ ଭୁବନେଶ୍ବରର ଜଣେ ଛାତ୍ର ସର୍ବଭାରତୀୟ ବ୍ୟାଙ୍କ ୫୦ ମଧ୍ୟରେ ସ୍ଥାନ ପାଇବା ସହ ୫ ଜଣ ଛାତ୍ରଛାତ୍ରୀ ସର୍ବଭାରତୀୟ ବ୍ୟାଙ୍କ ୫୦୦ ଏବଂ ୧୪ ଜଣ ଛାତ୍ରଛାତ୍ରୀ ସର୍ବଭାରତୀୟ ବ୍ୟାଙ୍କ ୨୦୦୦ ମଧ୍ୟରେ ଅଛନ୍ତି । ଏହି ଅବସରରେ ଆଲେନ୍ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କର ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଅମ୍ବାରିସ ପ୍ରଧାନ ବ୍ୟାଙ୍କ-୧୦୭୦, ମନୀଷା ସାହୁ-୧୦୯୮, ଅଭିନଭ ଲେଙ୍କା-୧୧୮୮, ବେଦ ରାଜୁ-୧୨୩୯, ଲିଜା ମିଶ୍ର-୧୬୫୪, ସୂର୍ଯ୍ୟଦୀପ ମଲ୍ଲିକ-୧୭୨୩, ପ୍ରତ୍ୟୁଷ କୁମାର ଦାସ-୧୭୪୯, ଧ୍ରୁବି ମୋଦୀ-୧୭୮୩, ସାଇ ଉଦିତି ରାଉତ-୧୯୧୪, ସୁତ୍ରିଜା ସ୍ବାଇଁ-୨୧୧୩, ପବନ ପଣ୍ଡା-୨୧୨୪, ଆର୍ଯ୍ୟନ୍ ସତ୍ୟପ୍ରକାଶ– ୨୫୬୦, ଆୟୁଷ ମାଲବିୟା-୨୭୮୧, ଜ୍ୟୋତିରାଦିତ୍ୟ ହରିଚନ୍ଦନ-୨୯୫୮, ଅଭିପ୍‌ସା ସ୍ବାଇଁ-୩୦୩୬ ଏବଂ ତୁଷାର ସାହୁ-୩୨୪୨ବ୍ୟାଙ୍କ ରଖିଛନ୍ତି ।

ଆଲେନ୍ କ୍ଲାସ୍‌ରୁମ୍ ଛାତ୍ରଛାତ୍ରୀ ମହିତ୍ ରାଜେଶ ଗଧ୍ଲା ମୋଟ୍ ୩୬୦ ମାର୍କରୁ ୨୮୫ ମାର୍କ ରଖୁଛନ୍ତି । ବ୍ୟାଙ୍କ-୧୧ ତମ ଛାତ୍ର ଦିବ୍ୟାଶୁ ମାଲୁଙ୍କ ଫଳାଫଳ ସହିତ ଆଲେନ୍ ଶ୍ରେଷ୍ଠ ଗୁଣାତ୍ମକ ଫଳାଫଳ ପ୍ରଦାନ କରିଛି । ଆଲେନ୍‌ର ୧୦ ଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ-୩୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏମାନଙ୍କ ମଧ୍ୟରୁ ସମସ୍ତେ ଆଲେନ୍ କ୍ଲାସ୍ ରୁମ୍‌ର ଛାତ୍ରଛାତ୍ରୀ ଅଟନ୍ତି। ମାହିତ ଓ ଦିବ୍ୟାଶୁଙ୍କ ସମେତ ବିଶାଲ ବ୍ୟାସାନୀ ସର୍ବଭାରତୀୟ ବ୍ୟାଙ୍କ-୧୩, ଅଭିଜିତ ଆନନ୍ଦ ସର୍ବଭାରତୀୟ ବ୍ୟାଙ୍କ-୧୫, ସକ୍ଷମ ରଥ ସର୍ବଭାରତୀୟ ବ୍ୟାଙ୍କ-୧୮, ନଭ୍ୟା ସର୍ବଭାରତୀୟ ବ୍ୟାଙ୍କ-୨୦, କାବ୍ୟା ଗୁପ୍ତା ସର୍ବ ଭାରତୀୟ ବ୍ୟାଙ୍କ-୨୫, ତେଜସ୍ ଶର୍ମା ସର୍ବଭାରତୀୟ ବ୍ୟାଙ୍କ-୨୭, ଆଦିତ୍ୟ ଅଭିଷେକ ଅଗ୍ରୱାଲ ସର୍ବଭାରତୀୟ ବ୍ୟାଙ୍କ- ୨୮ ଏବଂ ଗିତ ସିଂହି ସର୍ବଭାରତୀୟ ବ୍ୟାଙ୍କ- ୩୦ ହାସଲ କରିଛନ୍ତି । ଶ୍ରେଷ୍ଠ ୧୦୦ ଜଣଙ୍କ ମଧ୍ୟରେ ଆଲେନ୍‌ର ୩୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି।

You might also like

Leave A Reply

Your email address will not be published.

two × 3 =