Odia news portal

ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳନ


ଭୁବନେଶ୍ୱର : ଋଇଲ୍‌ ଫଣ୍ଡ ଇଣ୍ଡିଆର ଭୁବନେଶ୍ବର ଅର୍ବାନ ଡ଼େଭଲପମେଣ୍ଟ ପ୍ରକଳ୍ପ ତରଫରୁ ଭୁବନେଶ୍ୱରର ବିଭିନ୍ନ ସ୍ଟମରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ଶିଖରଚଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ସଭା ଓ ରାଲିର ଆୟୋଜନ କରାଯାଇଥିଲା ।

ଏଥିରେ ଶିଖରଚଣ୍ଡି ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ମେଡ଼ିକାଲ ଅଫିସର ଡ.ଦେବଦତ୍ତ ଆଗରୀ, ଶିଖରଚଣ୍ଡି ୧ ନମ୍ବର ୱାର୍ଡ଼ର କର୍ପୋରେଟର ମିହିର କୁମାର ରାଉତ, ଶିଖରଚଣ୍ଡି ୨ ନମ୍ବର ୱାର୍ଡ଼ର କର୍ପୋରେଟର ମୋନାଲିସା ବେହେରା, ଶିଖରଚଣ୍ଡି ନଗରର ସଭାପତି ଭରତ ପାଣିଗ୍ରାହୀ, ସମ୍ପାଦକ ପଦ୍ମନାଭ ରଥଙ୍କ ସମେତ ଅଙ୍ଗନଓ୍ବାଡ଼ି କର୍ମୀ ଓ ଆଶା କର୍ମୀ ଉପସ୍ଥିତ ଥିଲେ ।

ମା’କ୍ଷୀର ଶିଶୁର ପ୍ରଥମ ଟୀକାକରଣ ବୋଲି ଡ. ଆମ୍ଭରୀ କହିଥିଲେ । ଋଇଲ୍‌ ଫଣ୍ଡ ଇଣ୍ଡିଆ ତରଫରୁ ଏଲ୍ କୁନ୍‌ମୁନ୍ ଦୋରା କାର୍ଯ୍ୟକ୍ରମକୁ ପରିସ୍ଖଳନା କରିଥିବା ବେଳେ ପ୍ରିୟଙ୍କା ମହାରଣା, ସୁଜାତା ଦାଶ, ପ୍ରଜ୍ଞା ମିଶ୍ର, ଶୁଭଶ୍ରୀ ବୋଇଷି ପ୍ରମୁଖ ଉପସ୍ଥିତ ଥିଲେ ।

You might also like

Leave A Reply

Your email address will not be published.

fourteen − 6 =