Odia news portal

କଳିଙ୍ଗ ନଗରରେ ଖୋଲିଲା ନ୍ୟାଚୁରାଲ୍ସର ଷ୍ଟୋର

ଭୁବନେଶ୍ଵର : ଦେଶରେ ନ୍ୟାଚୁରାଲ୍ସର ୭୦୦ତମ ଷ୍ଟୋର ଓ ରାଜ୍ୟର ୧୫ତମ ଷ୍ଟୋର ଆଜି କଳିଙ୍ଗ ନଗର, ଭୁବନେଶ୍ବରରେ ଖୋଲାଗଲା । ଏଠାରେ ହେୟାର କଟ୍, ଦାଢି ସଜେଇବା, କେଶର ଯନ୍ନି ମନ୍ତେ ଟ୍ରିଟ୍‌ମେଣ୍ଟ, ହେୟାର ଷ୍ଟେନିଙ୍ଗ, ହେୟାର କଲରିଂ, ବ୍ରାଇଡ଼ାଲ ଓ ଗୁମ୍ ମେକଅପ୍ ସହ ପେଡିକ୍ୟୁର ଓ ମେନିକ୍ୟୁରର ସୁବିଧା ସୁଲଭ ମୂଲ୍ୟରେ ମିଳିପାରିବ ।

ନ୍ୟାଚୁରାଲୁ ଭୁବନେଶ୍ଵର ସର୍ବଦା ଉତ୍ତମ ସର୍ଭିସ୍ ଓ ସ୍ୱାସ୍ଥ୍ୟକର ପରିବେଷରେ ଗ୍ରାହକ ମାନଙ୍କ ଆବଶ୍ୟକତାକୁ ପ୍ରାଥମିକତା ଦେଇଥାଏ । ନ୍ୟାଚୁରାଲ୍ସ ସାଲୋନ୍‌ ବିଶ୍ବସ୍ତରୀୟ ଉତ୍ପାଦ ବ୍ୟବହାର କରିଥାଏ , ଯଥା Bio top professional, Jeannotceutical, Casmara, naturals, Lotus professional, Schwarzkopf_professional ପରି ବିଶ୍ବର ଅଗ୍ରଣୀ ପ୍ରସାଧନ ଓ ମେକଅପ୍ ସାମଗ୍ରୀ ହିଁ କେବଳ ବ୍ୟବହାର କରେ ।

ଏହି ଉଦ୍‌ଘାଟନ ଉତ୍ସବରେ ଓଲିଉଡ୍‌ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର, naturals salonର ପ୍ରତିଷ୍ଠାତା ଭିନା କୁମାରଭେଲ୍, ସହ ପ୍ରତିଷ୍ଠାତା ସିକେ କୁମାରଭେଲ୍‌, ମାଷ୍ଟର ଫ୍ରାଞ୍ଚାଇଜି ଲୋପାମୁଦ୍ରା ପ୍ରଧାନ ଓ ଫ୍ରାଞ୍ଚାଇଜି ଗାର୍ଗୀ ମହାନ୍ତି ଉପସ୍ଥିତ ଥିଲେ ।

You might also like

Leave A Reply

Your email address will not be published.

15 − 7 =