Odia news portal

ଏବେ ସଙ୍ଗେ ସଙ୍ଗେ ବୁକ୍ ହେବ ତତ୍କାଳ ଟ୍ରେନ ଟିକେଟ ! ବାତିଲ କଲେ ତୁରନ୍ତ ଟଙ୍କା ଫେରିପାଇବେ, ଜାଣନ୍ତୁ IRCTCର ଏହି ପ୍ରକ୍ରିୟା…

ନୂଆଦିଲ୍ଲୀ : ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଲାଗି ଖୁସି ଖବର । ଯଦି ଟ୍ରେନ ଟିକେଟ ବାତିଲ ହୋଇଯାଏ କିମ୍ବା କୌଣସି କାରଣରୁ ବାତିଲ କରିବାକୁ ପଡ଼ିଥାଏ ତ ପଇସା ଫେରସ୍ତ ଲାଗି ବହୁ ସମୟ ଅପେକ୍ଷା କରିବାକୁ ପଡୁଥିଲା । ମାତ୍ର ଏବେ ଏପରି ହେବନି। ବର୍ତ୍ତମାନ ରେଳବାଇ ତୁରନ୍ତ ଅର୍ଥ ଫେରାଇବା ଲାଗି ଏକ ନୂତନ ସେବା ପ୍ରଦାନ କରୁଛି। IRCTC ( ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ) ନିଜର ଏକ ପେମେଣ୍ଟ ଗେଟଓ୍ବେ IRCTC-iPay ନାମରେ ଶୁଭାରମ୍ଭ କରିଛି ।

ଏହି ସେବା (IRCTC iPay App) ପୂର୍ବରୁ ଚାଲୁ ଅଛି। ଏହାମାଧ୍ୟମରେ ଟିକେଟ ବୁକିଂ ଲାଗି କୌଣସି ବ୍ୟାଙ୍କର ପେମେଣ୍ଟ ଗେଟଓ୍ବେ(Payment Gateway) ରେ ଅର୍ଥ ଦେବାକୁ ପଡ଼ିଥାଏ । ଯାହାଦ୍ବାରା ସମୟ ବଞ୍ଚିଥାଏ । ଏହାସହ ଟିକେଟ ଯଦି କ୍ୟାନେସଲ କରୁଛନ୍ତି ତେବେ ତାହାର ଅର୍ଥ (IRCTC iPay Refund Status) ତୁରନ୍ତ ଆପଣଙ୍କ ଖାତାକୁ ଫେରସ୍ତ ଦିଆଯାଇଥାଏ । ଜାଣନ୍ତୁ IRCTC iPay ରେ ଟ୍ରେନ ଟିକେଟ ବୁକିଂର ପୂରା ପ୍ରକ୍ରିୟା(IRCTC iPay Ticket Booking Process) ।

IRCTC iPayରେ ଟ୍ରେନ ଟିକେଟ ବୁକିଂ ପ୍ରକ୍ରିୟା

୧. iPayରେ ବୁକିଂ କରିବା ଲାଗି ପ୍ରଥମେ www.irctc.co.in ରେ ଲଗଅନ କରନ୍ତୁ ।

୨. ବର୍ତ୍ତମାନ ସ୍ଥାନ ଏବଂ ତାରିଖ ପରି ଯାତ୍ରା ସମ୍ବନ୍ଧୀୟ ବିବରଣୀ ପୁରଣ କରନ୍ତୁ ।

୩. ଏହାପରେ ଆପଣଙ୍କ ଗନ୍ତବ୍ୟସ୍ଥଳ ଅନୁଯାୟୀ ଟ୍ରେନ ଚୟନ କରନ୍ତୁ ।

୪. ଟିକେଟ୍ ବୁକିଂ କରିବା ସମୟରେ, ପେମେଣ୍ଟ ପଦ୍ଧତିରେ ଆପଣ ପ୍ରଥମ ବିକଳ୍ପ ‘IRCTC iPay’ ପାଇବେ ।

୫. ଏହି ବିକଳ୍ପ ଚୟନ କରି ‘ପେ ଏବଂ ବୁକ୍’ ଉପରେ କ୍ଲିକ୍ କରନ୍ତୁ ।

୬. ବର୍ତ୍ତମାନ ଦେୟ ପାଇଁ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ କିମ୍ବା UPI ବିବରଣୀ ପୁରଣ କରନ୍ତୁ ।

୭. ଏହାପରେ ଆପଣଙ୍କ ଟିକେଟ ତୁରନ୍ତ ବୁକିଂ ହୋଇଯିବ। ଯାହାର କନଫରମେଶନ ଆପଣଙ୍କୁ ମେସେଜ ଏବଂ ଇମେଲ ମାଧ୍ୟମରେ ମିଳିଯିବ ।

୮. ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଯେ ଭବିଷ୍ୟତରେ ପୁନଃ ଟିକେଟ ବୁକିଂ କରିବା ଉପରେ ଆପଣଙ୍କୁ ପେମେଣ୍ଟର ସମ୍ପୂର୍ଣ୍ଣ ସୂଚନା ଭରିବାକୁ ପଡ଼ିବନି । ଆପଣ ତୁରନ୍ତ ଅର୍ଥ ପୈଠ କରି ଟିକେଟ ବୁକ କରିପାରିବେ ।

ତତକ୍ଷଣାତ ଫେରସ୍ତ ପାଆନ୍ତୁ
ଟିକେଟ ବାତିଲ ଉପରେ ପୂର୍ବରୁ ଅର୍ଥ ଫେରସ୍ତ ପାଇବାକୁ ବହୁତ ସମୟ ଲାଗୁଥିଲା । କିନ୍ତୁ ଏବେ ଏହି ଅର୍ଥ ତୁରନ୍ତ ଆପଣଙ୍କ ଖାତାକୁ ଯିବ। ଆଇଆରସିଟିସି ଦ୍ବାରା ୟୁଜରଙ୍କୁ ନିଜର ୟୁପିଆଇ ବ୍ୟାଙ୍କ ଖାତା କିମ୍ବା ଡେବିଟ୍ ଲାଗି କେବଳ ଗୋଟିଏ ଆଦେଶ ଦେବାକୁ ପଡିବ । ପରେ ଦେୟ ଉପକରଣକୁ ଅନୁମତି ଦିଆଯିବ । ଏଭଳି ପରିସ୍ଥିତିରେ ଟିକେଟ୍ ବୁକ୍ କରିବାକୁ ବହୁତ କମ ସମୟ ଲାଗିବ।

ତୁରନ୍ତ ଟିକେଟ୍ ବୁକ୍ ହେବ

ଆଇଆରସିଟିସି ଅଧିକାରୀ କହିଛନ୍ତି ଯେ, ପୂର୍ବରୁ କମ୍ପାନୀର ନିଜସ୍ୱ ପେମେଣ୍ଟ ଗେଟୱେ ନ ଥିଲା ।  ସେଥିଲାଗି ଅନ୍ୟ ଏକ ପେମେଣ୍ଟ ଗେଟୱେ (IRCTC iPay Means) ବ୍ୟବହାର କରିବାକୁ ପଡିଥାଏ । ତେଣୁ ବୁକିଂ ପାଇଁ ବହୁତ ସମୟ ଲାଗୁଥିଲା । ଯଦି ଟଙ୍କା କଟିଯାଉଥିଲା ତେବେ ଆକାଉଣ୍ଟକୁ ପୁନଃ ଫେରସ୍ତ ହେବା ଲାଗି ଅଧିକ ସମୟ ଲାଗୁଥିଲା । କିନ୍ତୁ ବର୍ତ୍ତମାନ ଏହା ଘଟିବ ନାହିଁ । ଆଇଆରସିଟିସିର ପେମେଣ୍ଟ ଗେଟୱେ ଉପରେ ପ୍ରଥମ ପ୍ରଶ୍ନ ଉପରେ ଅଧିକାରୀମାନେ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ।

ଓ୍ବେଟିଂ ଟିକେଟ୍ ଉପରେ ତୁରନ୍ତ ଅର୍ଥ ଫେରସ୍ତ ହେବ

ଅନେକ ଥର ଯେତେବେଳେ ଆପଣ ଟିକେଟ୍ କରୁଛନ୍ତି ତ ଆପଣଙ୍କ ଟିକେଟ୍ ଓ୍ବେଟିଂ (IRCTC iPay Features) ରେ ଆସିଥାଏ । ଅନ୍ତିମ ଚାର୍ଟ ପ୍ରସ୍ତୁତ ହେବା ପରେ ସ୍ୱୟଂଚାଳିତ ଭାବେ ଆପଣଙ୍କର ଟିକେଟ୍ ବାତିଲ ହୋଇଯାଇଥାଏ । ବର୍ତ୍ତମାନ ମଧ୍ୟ ଏହି କ୍ଷେତ୍ରରେ ଆପଣମାନେ ତୁରନ୍ତ ଅର୍ଥ ଫେରସ୍ତ ପାଇପାରିବେ ।  

Leave A Reply

Your email address will not be published.

9 + 8 =