ବାଲେଶ୍ବର : ବାଲେଶ୍ବର ରେଲ ଷ୍ଟେସନ୍ ନିକଟରେ ବୁଦ୍ଧା ସ୍ପା ଆଣ୍ଡ ସେଲୁନ୍ ସେଣ୍ଟରରେ ମାଲିସ ନାଁରେ ଚାଲିଥିଲା ଯୌନ ଶୋଷଣ। ସ୍ପା ବିଜିନେସ ନାଁରେ ଦଲାଲ ଏବଂ ମାଲିକ ହେଉଛନ୍ତି ମାଲାମାଲ । କରୋନା କଟକଣା ଭିତରେ ଚାଲିଛି ଖୁଲୁମ ଖୁଲା ଦେହ ବ୍ୟବସାୟ। ନୂଆକରି ଯେଉଁ ଯୁବତୀ ସ୍ପା ସେଣ୍ଟରକୁ ଆସଛନ୍ତି ସେମାନଙ୍କ ଇଣ୍ଟରଭ୍ୟୁ ନେଉଛନ୍ତି ସ୍ପା ମାଲିକ। ଆଉ ତା ପରେ ବ୍ୟବସାୟ ପାଇଁ ସେମାନଙ୍କୁ ସୁଯୋଗ ମିଳିଛି । ସଟ୍ଡାଉନ୍ ହେଉ ଅବ ଲକ୍ଡାଉନରେ ଖୁଲମ ଖୁଲା ଚାଲିଛି ଦେହବେପାର। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ବାଲେଶ୍ବର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବିକ, ବାଲେଶ୍ବର ଷ୍ଟେସନ ନିକଟରେ ବୁଦ୍ଧ ସ୍ପାରେ ମାଲିସ ନାଁରେ ମାଲାମାଲ୍ ହେଉଛନ୍ତି ସ୍ପା ମାଲିକ।ଥାଇଲାଣ୍ଡର ପଟାୟା ସହରର ଫେସିଲିଟି ଭଳି ବାଲେଶ୍ବର ସହରରେ ଗ୍ରାହକଙ୍କୁ ଏହି ସୁବିଧା ଯୋଗାଉଛନ୍ତି ସ୍ପା ମାଲିକ। ନିରହ ଯୁବତୀଙ୍କୁ ମାନଙ୍କୁ ଚାକିରୀ ନାରେ ଏହି ସ୍ପା ସେଣ୍ଟରେ ନିଯୁକ୍ତି ଦିଆଯାଉଛି। ମସାଜ୍ ସେଣ୍ଟରଭିତରେ ଦେହବେପାରୀଙ୍କ ପସରା ଖୋଲି ଦେଇଛନ୍ତି ଦଲାଲ।କରୋନା ବେଳେ ବେଧଡ଼କ ଭାବେ ଚାଲିଛି ସ୍ପା ସେଣ୍ଟର। ସ୍ପା ନାଁ ଗ୍ରହକଙ୍କୁ ମିଳୁଛି ବଡି ଟୁ ବଡି ମସାଜ୍ ଆଉ ତାହା ସହିତ ଆହୁରି ଅନେକ ସୁବିଧା ମିଳୁଛି।