Odia news portal

CBSE ବୋର୍ଡ ପରୀକ୍ଷାରେ ପିନାକ୍ସି ପ୍ରିୟଦର୍ଶିନୀ ରଖିଲେ ୯୯.୮% ମାର୍କ

ଭୁବନେଶ୍ୱର : ୨୦୨୦-୨୧ ଶିକ୍ଷା ବର୍ଷର CBSE ବୋର୍ଡ ପରୀକ୍ଷାରେ ପିନାକ୍ସି ପ୍ରିୟଦର୍ଶିନୀ ସର୍ବାଧିକ ୯୯.୮% ମାର୍କ ରଖି ଡାଲମିଆ ବିଦ୍ୟାମନ୍ଦିର ରାଜଗାଙ୍ଗପୁରରୁ ସର୍ବୋଚ୍ଚ ସ୍ଥାନରେ ଉତ୍ତୀର୍ଣ ହୋଇଛନ୍ତି । ଏହି ସଫଳତା ପଛରେ ତାଙ୍କର ଅକ୍ଲାନ୍ତ ପରିଶ୍ରମ ସହ ପରିବାର ଏବଂ ଶିକ୍ଷକ ମାନଙ୍କର ଭରପୁର ସହଯୋଗ ରହିଛି ବୋଲି ପିନାକ୍ସି ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ।

ତାଙ୍କର ଏହି ଦୃଷ୍ଟାନ୍ତ ମୂଳକ ଉତୀର୍ଣ୍ଣ ରେ ସେ ଅଂଚଳର ସମସ୍ତ ସ୍କୁଲ ଓ ଡାଲମିଆ ସିମେଣ୍ଟ କମ୍ପାନୀ ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ବିଭିର୍ଣ୍ଣ ସଂଗଠନ ଓ ଶିକ୍ଷାବିତଙ୍କ ମହଲରେ ଆନନ୍ଦର ଲହର ଖେଳିଯିବା ସହିତ ଅନେକ ଶୁଭେଚ୍ଛା ଓ ଶୁଭକାମନା ସାଉଁଟି ଆଣିବାରେ ସେହି ସୁପୁତ୍ରି ସକ୍ଷମ ହୋଇପାରିଛନ୍ତି । ଆମେ ଏଠାରେ କହିରଖୁଛୁ କି ଯେ ସେ ଇଂ.ବୈଦ୍ୟନାରାୟଣ ମିଶ୍ର ଓ ପ୍ରଭାତୀ ମିଶ୍ର ଙ୍କର ଏକ ମାତ୍ର କନ୍ୟା ଅଟନ୍ତି ।

You might also like

Leave A Reply

Your email address will not be published.

13 − 11 =