Odia news portal

ମନ୍ଦିରର ପୂଜକ ମାନଙ୍କୁ ସମାଜସେବୀ ମିଲନଙ୍କ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ବର : (ଡେଲି ଓଡିଶା ନ୍ୟୁଜ୍) ଓଡିଶାର ଲୋକପ୍ରିୟ ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିତିଆଦର୍ଷରେ ଅନୁପ୍ରାଣିତ ହୋଇ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଆଜି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆପଲ୍ଲୀ ୱାର୍ଡ ନମ୍ୱର୍ ୩୯ ଅଧିନରେ ଥିବା ଶାସ୍ତ୍ରୀନଗର କମ୍ୟୁନିଟି ହଲ ନୂଆପଲ୍ଲୀ ୱାର୍ଡ ନମ୍ୱର୍ ୩୯ ଅଧିନରେ ଥିବା ନୂଆସାହି, ଶାସ୍ତ୍ରୀନଗର ଓ ବାଲିତୋଟାସାହି ଅଧିନରେ ଥିବା ସମସ୍ତ ମନ୍ଦିରର ପୂଜକ ମାନଙ୍କୁ ସମାଜସେବୀ ମିଲନ କୁମାର ପାଇକରାୟଙ୍କ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।

ସମାଜସେବୀ ଶୁଭେନ୍ଦୁ ନାୟକ, ଶ୍ରୀ ଶ୍ରୀ ମହାବୀର ପୂଜା କମିଟିର ସାଧାରଣ ସମ୍ପାଦକ ସୈଲେନ୍ଦ୍ର ପ୍ରସାଦ ରାୟ, ସଂଯୋଜକ ରାଧାବଲ୍ଲଭ ବରାଳ ପ୍ରମୁଖ ଆର୍ଥିକ ସାହାଯ୍ୟର ହାତ ବଢ଼ାଇବା ସହ ବିଜୁ ଛାତ୍ରଜନତା ଦଳର ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ସମ୍ପାଦକ ଶାଶ୍ଵତ ଲେଙ୍କା, ରାକେଶ କୁମାର ଜାଲି ଓ ଗୟାଧର ବେହେରା ପ୍ରମୁଖ ଏହି ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

You might also like

Leave A Reply

Your email address will not be published.