Odia news portal

ଖବରକାଗଜ, ଟିଭି ଓ ୱେବ୍‌ ମିଡିଆଙ୍କ ପାଇଁ ଆସିଲା ନୂଆ ନିୟମ !

ଖବରକାଗଜ ଓ ଟିଭି ସଂସ୍ଥାକୁ ସୋସିଆଲ ମିଡିଆ ମନା !
-ୱେବ୍‌ ମିଡିଆ ପରେ ଖବରକାଗଜ ଓ ଟିଭିରେ ଏବେ ମାଳ ମାଳ ନକଲି ସାମ୍ବାଦିକ !
-ଏଣିକି ବିନା ସାମ୍ବାଦିକତା ପ୍ରମାଣପତ୍ରରେ ଖବର ପରିବେଷଣ ସମ୍ଭବ ନୁହେଁ : ସୂଚନା ପ୍ରସାରଣ ମନ୍ତ୍ରଣାଳୟ
-ଯାଂଚ ହେବ ଜିଲ୍ଲା, ବ୍ଲକ୍‌ ଓ ଜୋନ୍‌ସ୍ତରୀୟ ଟିଭି ଏବଂ ଖବରକାଗଜ ସାମ୍ବାଦିକଙ୍କ ପରିଚୟପତ୍ର
-ସୋସିଆଲ ମିଡିଆ (ୱେବ ମିଡିଆ) ଏକ ବିଶ୍ବସ୍ତରୀୟ ଅବାଧ, ମୁକ୍ତ ଓ ସ୍ବାଧୀନ ନେଟୱର୍କ ସଂସ୍ଥା -ଏଥିପ୍ରତି କୌଣସି କଟକଣା ନାହିଁ କି କୌଣସି ପ୍ରକାରରେ ପ୍ରତିବନ୍ଧକ ଲଗା ଯାଇପାରିବ ନାହିଁ
-ସାମାଜିକ ଗଣମାଧ୍ୟମ ହେଉ କି ଯେ ‌କୌଣସି ଗଣମାଧ୍ୟମ କିଛି ଅସାମାଜିକ କାର୍ଯ୍ୟ କଲେ ବନ୍ଧା ହେବେ- ସୂଚନା ଓ ଲୋକ ସମ୍ପର୍କ ବିଭାଗ

ନୂଆଦିଲ୍ଲୀ : ଆଜିର ଡିଜିଟାଲ୍‌ ଯୁଗରେ ମାଳ ମାଳ ଖବରକାଗଜ, ଗଣ୍ଡା ଗଣ୍ଡା ଟିଭି ଓ ଛତୁ ପୁଟିଲା ଭଳି ୱେବ୍‌ ମିଡିଆ ବାହାରିବା ପରେ ଗଣମାଧ୍ୟମ ସଂସ୍ଥାର ମାଲିକ, ସମ୍ପାଦକ ଓ ସାମ୍ବାଦିକଙ୍କ ମଧ୍ୟରେ ଦିନକୁ ଦିନ ଏକ ଦ୍ବନ୍ଦ୍ବ ସୃଷ୍ଟି ହେବାରେ ଲାଗିଛି ା ଏପରିକି ପରସ୍ପର ବିରୋଧରେ ଅସଲି ନକଲିକୁ ନେଇ ବିଭିନ୍ନ ଖବର ପରିବେଷଣ ପରେ ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି ା ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନୂଆ ଗାଇଡ୍‌ଲାଇନ ସହ କିଛି କଟକଣା ଓ ନିର୍ଦ୍ଦେଶନାମା ଜାରି କରିଥିବା ଶୁଣିବାକୁ ମିଳୁଛି ା ଏଥିସହ ଖବରକାଗଜ, ଟିଭି ଓ ୱେବ୍‌ ମିଡିଆ ମାଲିକମାନଙ୍କ ମଧ୍ୟରେ ରହିଥିବା ଦ୍ବନ୍ଦକୁ ଦୂର କରିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି

କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସ୍ପଷ୍ଟ କରି କହିଛି ଯେ, ଯେଉଁମାନେ ସରକାରଙ୍କ ଅଧୀନରେ ଟିଭି ଓ ଖବରକାଗଜ ସଂସ୍ଥା ଖୋଲିଛନ୍ତି ଏବଂ ନିର୍ଦ୍ଦିଷ୍ଟ ନୀତି ନିୟମ ଭିତରେ ଯାଇ ବିଜ୍ଞାପନ ପାଉଛନ୍ତି, ସରକାର ସେମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି, ବିଭିନ୍ନ ଘରୋଇ ସୂତ୍ରରୁ ବିଜ୍ଞାପନ ନାଁରେ ଲାଭ ପାଉଛନ୍ତି, ସେମାନେ ଏଣିକି ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ ା

ସୋସିଆଲ ମିଡିଆ (ୱେବ ମିଡିଆ) ଏକ ବିଶ୍ବସ୍ତରୀୟ ଅବାଧ, ମୁକ୍ତ ଓ ସ୍ବାଧୀନ ବେସରକାରୀ ନେଟୱର୍କ ସଂସ୍ଥା ା ଏହାକୁ ବିଶ୍ବବ୍ୟାପୀ ସର୍ବସାଧାରଣ ବିଭିନ୍ନ ଢ଼ଙ୍ଗରେ ବ୍ୟବହାର କରୁଛନ୍ତି ା ଏଥିପାଇଁ ଏହାର ଏକ ସ୍ବତନ୍ତ୍ର ନିୟମାବଳୀ ରହିଛି ା ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ନିୟମାବଳୀ ମଧ୍ୟରେ ଯାଉଛନ୍ତି ଏବଂ ସମସ୍ତେ ଗାଇଡ ଲାଇନକୁ ମାନି ୟୁଜର ହେଉଛନ୍ତି ା

ସୋସିଆଲ ମିଡିଆ ସଂସ୍ଥା ମଧ୍ୟ ୟୁଜରଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଦୃଷ୍ଟି ଦେଉଛି ା ସୋସିଆଲ୍‌ ମିଡିଆ (ୱେବ ମିଡିଆ) ସମ୍ପୂର୍ଣ୍ଣ ଭାବରେ ଆଇନସଙ୍ଗତ ା କେବଳ ସାମାଜିକ ଗଣମାଧ୍ୟମ ହିସାବରେ ସାମାଜିକ କାର୍ଯ୍ୟକୁ ଛାଡ଼ି କିଛି ଅସାମାଜିକ କାର୍ଯ୍ୟ କଲେ, ଦଣ୍ଡିତ ହେବାକୁ ପଡ଼ିବ ା ସେଥିପାଇଁ ସୋସିଆଲ ମିଡିଆ ସଂସ୍ଥା ଦାୟୀ ରହିବ ନାହିଁ

ଖବରକାଗଜ ଓ ଟିଭି ସଂସ୍ଥା ଗୁଡ଼ିକ କମ୍ପାନୀର ଲୋଗା ଏବଂ ଖବରକୁ ବ୍ୟବହାର କରି ଆଦୌ ଭ୍ରମାତ୍ମକ ଖବର ପରିବେଷଣ କରିପାରିବେ ନାହିଁ ା ସେଥିପାଇଁ ସମ୍ପୃକ୍ତ ସଂସ୍ଥା ଓ ସାମ୍ବାଦିକଙ୍କ ଉପରେ ଜରିମାନା ଓ କଟକଣା ଲଗାଯିବାର ନିୟମ କରାଯାଇଛି

ସେହିପରି ଟିଭିରେ ପ୍ରସାରିତ ହେଉଥିବା ଖବର କେବଳ ଟିଭି ଦର୍ଶକ ଓ ଖବରକାଗଜରେ ପ୍ରକାଶ ପାଉଥିବା ଖବର କେବଳ ପାଠକ କେବଳ ଖବରକାଗଜ ଓ ଟିଭିଭ ଦେଖି ତାହାରି ମାଧ୍ୟମରେ ଜାଣିପାରିବେ ା ସମ୍ପୃକ୍ତ ସଂସ୍ଥା ସେହି ଖବରକୁ ସୋସିଆଲ୍‌ ମିଡିଆ ଅର୍ଥାତ ‌ଫେସବୁକ୍, ୟୁଟୁବ୍, ୱେବ୍‌ ପୋର୍ଟାଲ, ଇନଷ୍ଟାଗ୍ରାମ, ଟ୍ବିଟର ଆଦି ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିପାରିବେ ନାହିଁ ା ଏହା ସମ୍ପୂର୍ଣ୍ଣ ବେଆଇନ ଅଟେ ା

ଏଥିସହ ଏହି ସଂସ୍ଥାରେ ଦେଶବ୍ୟାପୀ ବିଭିନ୍ନ ଜିଲ୍ଲା, ବ୍ଲକ୍‌ ଓ ଜୋନରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନେ ଏଣିକି ବିନା ସାମ୍ବାଦିକତା ପ୍ରମାଣପତ୍ରରେ ଖବର ପରିବେଷଣ କରିପାରିବେ ନାହିଁ ା ଖୁବ୍‌ ଶୀଘ୍ର ସାମ୍ବାଦିକମାନଙ୍କର ପରିଚୟ ପତ୍ର ଯାଂଚ କରିବାକୁ ବିଭିନ୍ନ ରାଜ୍ୟର ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ସମ୍ପୃକ୍ତ ଟିଭି ଓ ଖବର କାଗଜ ମାଲିକଙ୍କୁ ଜଣାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ା

ଯେଉଁ ଖବରକାଗଜ ଓ ଟିଭି ସଂସ୍ଥାର ମାଲିକମାନେ ବିନା ସାମ୍ବାଦିକତା ପ୍ରମାଣପତ୍ରରେ ଗାଁ ଗହଳିର ଏଜେଂଟ୍, ହକର ଓ ନକଲି ସାମ୍ବାଦିକଙ୍କୁ ରଖି ଖବର ପରିବେଷଣ କରୁଥିବେ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି

ତେବେ ସୋସିଆଲ ମିଡିଆ (ୱେବ ମିଡିଆ) ଏକ ବିଶ୍ବସ୍ତରୀୟ ଗ୍ଲୋବାଲ ନେଟ୍‌ୱାର୍କ ହୋଇଥିବାରୁ ଏହା ଉପରେ କେନ୍ଦ୍ର କି ରାଜ୍ୟ ସରକାର କୌଣସି କଟକଣା ଲଗାଇ ପାରିବେ ନାହିଁ ା ଯେ କୌଣସି ଜଣେ ସାଧାରଣ ଜନତାଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ଆବାଳବୃଦ୍ଧବନିତା ସମସ୍ତେ ଏହାକୁ ‌ଯେ କୌଣସି ଢ଼ଙ୍ଗରେ ବ୍ୟବହାର କରିପାରିବେ ା ୱେବ ମିଡିଆ ମଧ୍ୟ ସାମାଜିକ ଗଣମାଧ୍ୟମ ହିସାବରେ ତାର ସମାଜ ପ୍ରତି କିଛି ସାମାଜିକ କାର୍ଯ୍ୟ ଓ ଦାୟିତ୍ବବୋଧ ରହିଛି ା ଏହାର କେହି କଣ୍ଠରୋଧ କରିପାରିବେ ନାହିଁ ା

ଯେ ପର୍ଯ୍ୟନ୍ତ ସାମ୍ବାଦିକ ଚିହ୍ନଟ ପ୍ରକ୍ରିୟା ସହ ପରିଚୟ ପତ୍ର ଯାଂଚ ନ ହୋଇଛି, ସେ ପର୍ଯ୍ୟନ୍ତ ଟିଭି, ଖବରକାଗଜ ଓ ୱେବ୍୍‌ ମିଡିଆ ସଂସ୍ଥା କେହି କାହା ବିରୁଦ୍ଧରେ ଆରୋପ ପ୍ରତ୍ୟାରୋପ କରି ପାରିବେ ନାହିଁ କି ଖବର ପରିବେଷଣ କରିବେ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ରହିଥିବା ଜଣାପଡ଼ିଛି

You might also like

Leave A Reply

Your email address will not be published.