Odia news portal

ପ୍ରେମରେ ପ୍ରୋବ୍ଲେମ୍ ଡବଲ ହେଲମେଟ୍‌: ପ୍ରେମୀ ଯୁଗଳଙ୍କୁ ବୋହିବାକୁ ପଡୁଛି ବୋଝ, ଧରାପଡ଼ିଲେ ପ୍ରେମିକ ଗଣୁଛି ଫାଇନ୍

ଭୁବନେଶ୍ୱର : ବାଇକ୍‌ ଚାଳକଙ୍କ ସମେତ ସହଯାତ୍ରୀ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ । ଲୋକଙ୍କ ସୁରକ୍ଷା ସାଙ୍ଗକୁ ଦୁର୍ଘଟଣାର ହାର କମାଇବା ଲାଗି ଏହି ନିୟମ କରାଯାଇଛି । କିନ୍ତୁ ଏବେ ଯୁବପିଢିଙ୍କୁ ଏହି ନିୟମ ଭାରି ପଡିଛି । ନିଜ ଦୁଃଖ କାହାକୁ କହିପାରୁଛନ୍ତି ନା ସହିପରୁଛନ୍ତି । ଡବଲ ହେଲ୍‌ମେଟ ନିୟମ ଲାଗୁ ହେବା ପରେ ପ୍ରେମୀ ଯୁଗଳ ବାଇକ୍‌ରେ ବୁଲିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସଞ୍ଜ ହେବା ମାତ୍ର ସହରର ବିଭିନ୍ନ ଗଳିକନ୍ଦିରେ ପ୍ରେମୀଯୁଗଳ ବାଇକରେ ଘିରିଘିରି ହୋଇ ବୁଲୁଛନ୍ତି । ଯୁଆଡ଼େ ଇଛା ସିଆଡେ ମାଡ଼ି ଯାଉଥିଲେ । ମାତ୍ର ସହରରେ ଡବଲ ହେଲମେଟ ଯାଞ୍ଚ ଆରମ୍ଭ ହେବା ଦିନଠାରୁ ପ୍ରେମୀ ଯୁଗଳଙ୍କ ବୁଲାବୁଲିରେ ପୁରା କର୍ଫ୍ୟୁ ଲାଗିଯାଇଛି । କାରଣ ନିଜର ସିନା ଗାଟିଏ ହେଲମେଟ ଅଛି କିନ୍ତୁ ପ୍ରେମିକା ପାଇଁ ତ ନାହିଁ । ଆଉ ବିନା ହେଲମେଟରେ ବୁଲିଲେ ରାସ୍ତା ମଝିରେ ପୁଲିସ୍‌ ମାଡ଼ି ବସିବ । ଧରାପଡ଼ିବା ପରେ ମୋଟା ଅଙ୍କର ତଣ୍ଡ ଦେବାକୁ ପଡ଼ିବ ।

ତା’ସାଙ୍ଗକୁ କଥା ଚାରିଆଡେ ପ୍ରଘଟ ହେବ । ଆଉ କିଛି ପ୍ରେମିକ ନିଜ ଗଚ୍ଛିତ ଟଙ୍କାରୁ ପ୍ରେମିକା ପାଇଁ ଖଣ୍ଡେ ହେଲମେଟ କିଣି ପାଖରେ ରଖୁଛନ୍ତି । ଫଳରେ ସେମାନଙ୍କୁ ଆଉ ଯାଞ୍ଚର ଭୟ ରହୁନାହିଁ । ଖୋଲା ଆକାଶରେ ପ୍ରେମୀ ଯୁଗଳ ଘୁରି ବୁଲୁଛନ୍ତି । ଖାଲି ଯାହା ସ୍ପିଡ୍‌ ଟିକେ ଧିମେଇ ଯାଇଛି । ସବୁପରେ ବି ଡବଲ ହେଲମେଟ ପ୍ରେମିକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ତେବେ ନିକଟରେ ଘଟିଥିବା ଏକ କଥା ସାମନାକୁ ଆସଥିଲା । ପ୍ରଥମେ ସହରରେ ଯେବେ ଡବଲ ହେଲମେଟ ପିନ୍ଧିବାକୁ କୁହାଗଲା ସହର ଜଣେ କଲେଜ ପଢୁଆ ଛାତ୍ର ତାଙ୍କ ସାଙ୍ଗଙ୍କ ଠାରୁ ହେଲମେଟ ମାଗି ବସଷ୍ଟାଣ୍ଡ ଯାଇଥିଲେ । କେବଳ ପ୍ରେମୀଯୁଗଳ ନୁହନ୍ତି ଏହି ଡବଲ ହେଲମେଟ ନିୟମ ପାଇଁ ସ୍ୱାମୀମାନେ ମଧ୍ୟ ହରାଇରାଣ ହେଉଛନ୍ତି । ନିଜ ପତ୍ନୀଙ୍କ ପାଇଁ ସେମାନଙ୍କୁ ଆଉ ଗୋଟିଏ ହେଲମେଟ କିଣିବାକୁ ବାଧ୍ୟ ହେଉଛନ୍ତି ।

You might also like

Leave A Reply

Your email address will not be published.