Odia news portal

ଆସନ୍ତୁ ଜାଣିବା, ମହାମାରୀ କରୋନା ସମୟରେ ଗର୍ଭବତୀ ମାନେ କିପରି ରଖିବେ ନିଜର ଯତ୍ନ

ଭୁବନେଶ୍ୱର : ବର୍ତ୍ତମାନ ସମଗ୍ର ପୃଥିବୀବାସୀଙ୍କ ଚିନ୍ତାର କାରଣ ସାଜିଛି କରୋନା ଭାଇରସ୍‌। ସମସ୍ତଙ୍କ ଲାଗି ଏହି ରୋଗ ବିପଜ୍ଜନକ ହୋଇଥିଲେ ହେଁ ମଧୁମେହ ରୋଗୀ, ହୃଦ୍‌ରୋଗୀ, ଶ୍ୱାସରୋଗୀ, ବୃଦ୍ଧ ଓ ଛୋଟ ପିଲାମାନଙ୍କ ଠାରେ ଏହି ରୋଗ ହେବାର ଆଶଙ୍କା ବେଶି। ସର୍ବୋପରି ଗର୍ଭବତୀଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ଏହି ରୋଗର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ତେଣୁ ଏ ସମୟରେ ଉଭୟ ମା’ ଏବଂ ଗର୍ଭସ୍ଥ ଶିଶୁର ସୁରକ୍ଷା ଲାଗି ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ପରିସ୍ଥିତିରେ ଗର୍ଭବତୀଙ୍କୁ ଅତି ଆବଶ୍ୟକ ନ ହେଲେ ଆଦୌ ଘରୁ ବାହାରିବା ଠିକ୍‌ ନୁହେଁ।

ବିଶେଷକରି ନିଜକୁ ଜନଗହଳିଠାରୁ ଦୂରେଇ ରଖିବା ଉଚିତ। ବସ୍‌ଷ୍ଟାଣ୍ଡ୍‌, ରେଳ ଷ୍ଟେଶନ ଓ ବିମାନ ବନ୍ଦରକୁ ନ ଯିବା ଭଲ। ଏମିତିକି ସାର୍ବଜନୀନ ଗହଳି ସ୍ଥାନରେ ଯୋଗଦେବା ବି ଠିକ୍‌‌ ନୁହେଁ। ଯିବା ନିହାତି ଜରୁରୀ ହେଲେ ମୁହଁ ଓ ନାକରେ ୩ ଲେୟାର ଥିବା ମାସ୍କ ପିନ୍ଧନ୍ତୁ। ତେବେ ସେଠାରେ କୌଣସି ଜିନିଷ ଛୁଇଁବା ଏବଂ ସାଧାରଣ ଜାଗାରେ ପରିବେଷିତ ହେଉଥିବା ଖାଦ୍ୟ ଖାଇବାଠାରୁ ନିଜକୁ ନିବୃତ୍ତ ରଖନ୍ତୁ।

You might also like

Leave A Reply

Your email address will not be published.