Odia news portal

କୋହଲି ଓ ଧୋନି ନୁହଁନ୍ତି,ଏହି ଖେଳାଳି ହେଉଛନ୍ତି ଦେଶର ସବୁଠାରୁ ଧନୀ କ୍ରିକେଟର

ନୂଆଦିଲ୍ଲୀ : ଆମେ ସମସ୍ତେ ଜାଣୁ ଯେ, କ୍ରିକେଟରମାନେ ନିଜର ଖେଳ ଜରିଆରେ ଲୋକପ୍ରିୟତା ସହିତ ଖୁବ୍ ଧନ ମଧ୍ୟ ରୋଜଗାର କରନ୍ତି। ବିରାଟ କୋହଲି ଓ ଏମଏସ୍ ଧୋନିଙ୍କ ଭଳି ଖେଳାଳି ବାର୍ଷିକ କୋଟି କୋଟି ଟଙ୍କା ରୋଜଗାର କରନ୍ତି। କିନ୍ତୁ ଏଭଳି ଜଣେ କ୍ରିକେଟର ଅଛନ୍ତି ଯିଏକି ଧୋନି ଓ କୋହଲିଙ୍କଠାରୁ  ଅଧିକ ଧନୀ। ସେ ହେଉଛନ୍ତି ଭାରତୀୟ ବିଜନେସ୍ ଟାଇକୁନ କୁମାର ମଙ୍ଗଳମ୍ ବିର୍ଲାଙ୍କ ପୁଅ ଆର୍ୟମାନ ବିର୍ଲା। ଆର୍ୟମାନ ବିର୍ଲା ସବୁଠାରୁ ଧନୀ ଭାରତୀ କ୍ରିକେଟର, କାରଣ ତାଙ୍କ ବାପାଙ୍କ ମୋଟ ସମ୍ପତ୍ତି ୭୦ ହଜାର କୋଟି। ସେ ବିର୍ଲା ପରିବାରର ଉତ୍ତରାଧିକାରୀ। ତାଙ୍କ ପାଖରେ ଆଦିତ୍ୟ ବିର୍ଲା ଗ୍ରୁପର ମାଲିକାନାର ଅଧିକାର ରହିଛି।

ଆର୍ୟମାନ ବିର୍ଲାଙ୍କୁ ପିଲାବେଳୁ କ୍ରିକେଟ ଖେଳିବାର ଖୁବ୍ ସଉକ୍ ଥିଲା। ସେଥିପାଇଁ ସେ ଖୁବ୍ କମ୍ ବୟସରୁ ଟ୍ରେନିଂ ଆରମ୍ଭ କରିଦେଇଥିଲେ, ଯାହାଫଳରେ ସେ ପ୍ରଫେସନାଲ ପ୍ଲେୟାର ହୋଇପାରିଥିଲେ। ତାଙ୍କୁ ଏହି କଠିନ ପରିଶ୍ରମର ଲାଭ ସେତେବେଳେ ମିଳିଥିଲା, ଯେତେବେଳେ ସେ ରଣଜୀ  ଟ୍ରଫି ପାଇଁ ମଧ୍ୟ ପ୍ରଦେଶର ଟ୍ରେନିଂ ଟିମ୍‌ରେ ଚୟନ ହୋଇଥିଲେ। ଆର୍ୟମାନ ଏବେ କ୍ରିକେଟରୁ ବ୍ରେକ୍ ନେଇସାରିଛନ୍ତି। ସେ ମେଣ୍ଟାଲ ହେଲଥ୍ ଦିଗରେ ଫୋକସ୍ ରଖିଛନ୍ତି।  ୨୦୧୮ ଆଇପିଏଲ ବେଳେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିସାରିଛନ୍ତି।

You might also like

Leave A Reply

Your email address will not be published.